ଅକ୍ଷର ବ୍ୟୁରୋ: ଗୋଟିଏ ସ୍ଥାନରେ ୩ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ ପୋଲିସ ବାବୁ । ଗୋଟିଏ ଜିଲ୍ଲାରେ ୬ ବର୍ଷରୁ ଅଧିକ ସମୟ ମଧ୍ୟ ରହିପାରିବେ ନାହିଁ । ଗାଦି ମଡ଼ା ଅଫିସରଙ୍କ ତାଲିକା ମାଗିଛନ୍ତି ରାଜ୍ୟ ସରକାର । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ଜାରି ହୋଇଛି ବିଜ୍ଞପ୍ତି । ସବୁ ଜିଲ୍ଲାର ଏସ୍ପି ଓ କମିଶନରେଟ ପୋଲିସର ଡିସିପିମାନଙ୍କୁ ଏନେଇ ତଥ୍ୟ ଦେବା ପାଇଁ କୁହାଯାଇଛି । ପୋଲିସ୍ ପ୍ରାଶାସନିକ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଲାଗି ରାଜ୍ୟ ସରକାର ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଚର୍ଚ୍ଚା ହେଉଛି ।
ବଦଳିହେବେ ଗାଦି ମଡ଼ା ପୋଲିସ ବାବୁ; ଅଫିସରଙ୍କ ତାଲିକା ମାଗିଛନ୍ତି ରାଜ୍ୟ ସରକାର ।












Leave a Reply