ଚୋରି ମୋବାଇଲ ଫେରାଇଲା ପୁଲିସ: ଉମରକୋଟରେ ମାଲିକଙ୍କ ମୁହଁରେ ଫୁଟିଲା ହସ

ଅକ୍ଷର ବ୍ୟୁରୋ: ଚୋରି କିମ୍ବା ହଜିଯାଇଥିବା ମୋବାଇଲ ଫୋନ ମିଳିବା ପରେ ପ୍ରକୃତ ମାଲିକଙ୍କୁ ଫେରାଇଛି ଉମରକୋଟ ପୁଲିସ। ନବରଙ୍ଗପୁର ଜିଲ୍ଲାର ଉମରକୋଟ ପୁଲିସ ପକ୍ଷରୁ ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଉଦ୍ଧାର ହୋଇଥିବା ମୋବାଇଲଗୁଡ଼ିକୁ ସମ୍ପୃକ୍ତ ମାଲିକମାନଙ୍କୁ ହସ୍ତାନ୍ତର କରାଯାଇଛି।

ବିଭିନ୍ନ ସମୟରେ ଲୋକଙ୍କ ମୋବାଇଲ ଚୋରି କିମ୍ବା ହଜିଯିବା ନେଇ ଉମରକୋଟ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରି ଚୋରି ହୋଇଥିବା ଏବଂ ହଜିଯାଇଥିବା କିଛି ମୋବାଇଲ ଫୋନ ଜବତ କରିଥିଲା। ମୋବାଇଲ ହରାଇଥିବା ଲୋକଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ଉମରକୋଟ ପୁଲିସ ମୋବାଇଲଗୁଡ଼ିକୁ ଚିହ୍ନଟ କରି ଜବତ କରିଥିଲା। ଏହାପରେ ମୋବାଇଲର ପ୍ରକୃତ ମାଲିକଙ୍କୁ ଚିହ୍ନଟ କରାଯାଇ ଆଜି ସେଗୁଡ଼ିକ ତାଙ୍କୁ ଫେରସ୍ତ କରାଯାଇଛି। ଦୀର୍ଘଦିନ ପରେ ନିଜ ହଜିଯାଇଥିବା ମୋବାଇଲ ଫେରିପାଇ ମାଲିକମାନେ ଖୁସି ପ୍ରକାଶ କରିଛନ୍ତି। ପୁଲିସର ଏହି ପଦକ୍ଷେପ ଲୋକଙ୍କ ମଧ୍ୟରେ ସକାରାତ୍ମକ ବାର୍ତ୍ତା ଦେଇଛି।ମୋବାଇଲ ଚୋରି କିମ୍ବା ହଜିଗଲେ ତୁରନ୍ତ ଥାନାରେ ଅଭିଯୋଗ କରିବା ଦ୍ୱାରା ପୁଲିସ ତଦନ୍ତ କରି ମୋବାଇଲ ଉଦ୍ଧାର କରିବାର ସୁଯୋଗ ବଢ଼ିଥାଏ। ଉମରକୋଟ ପୁଲିସର ଏହି ଅଭିଯାନ ଲୋକଙ୍କ ହଜିଯାଇଥିବା ମୋବାଇଲ ଫେରାଇବା ଦିଗରେ ଏକ ସକାରାତ୍ମକ ପଦକ୍ଷେପ ବୋଲି ଧରାଯାଉଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial