୬୦ ନମ୍ବର ରାଜ୍ୟ ରାଜପଥରୁ ୫୦୦ ସିଲିଣ୍ଡର ଜବତ କଲା ପୋଲିସ୍ ।

ଅକ୍ଷର ବ୍ୟୁରୋ: ୫୦୦ ସିଲିଣ୍ଡର ଜବତ କଲା କଟକ ସଦର ପୋଲିସ । ଫୁଲନଖରା-ନିଆଳି ୬୦ ନମ୍ବର ରାଜ୍ୟ ରାଜପଥ ପାର୍ଶ୍ୱରେ ଖୁଲମ୍ ଖୁଲା ଚାଲିଥିଲା ଏହି ଚୋରା ଗ୍ୟାସ କାରବାର । ବ୍ରାହ୍ମଣ ଝରିଲୋରେ ଚାଲିଥିଲା ସନ୍ଦିଗ୍ଧ ଗୋଦାମ ଏବେ ଠାବ ହୋଇଛି । ଖବର ପାଇ ସଦର ପୋଲିସ ଚଢ଼ାଉ କରି ଗୋଦାମ ସିଲ୍ କରିଛି । ଜବତ ସିଲିଣ୍ଡର ସରକାରୀ ଗୋଦାମଜୁ ଯିବ ବୋଲି ଜଣାପଡିଛି । ମାତ୍ର ଦୁଇ ଦିନ ତଳେ ଗଙ୍ଗେଶ୍ୱରରେ ମଧ୍ୟ ସଦର ପୋଲିସ ଚୋରା ସିଲିଣ୍ଡର ଜବତ କରିଥିଲା । ପୁଣି ଥରେ ସଦର ଥାନା ଅଞ୍ଚଳରେ ଚୋରା ଗ୍ୟାସ କାରବାର ଚିନ୍ତା ବଢ଼ାଇଛି। ତେବେ ଏହି ରାକେଟ ପଛରେ କିଏ ଓ କାହାର ହାତ ରହିଛି ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)