ରାଜ୍ୟରେ ବଢ଼ିଲା ଘରୋଇ ବସ୍ ଭଡ଼ା; ତେଲ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ବଡ଼ ନିଷ୍ପତ୍ତି ।

ଅକ୍ଷର ବ୍ୟୁରୋ: ରାଜ୍ୟରେ ବଢ଼ିଲା ଘରୋଇ ବସ୍ ଭଡ଼ା । ସାଧାରଣ ଜନତାଙ୍କ ପକେଟ୍‌କୁ ଲାଗିଲା ଝଟ୍‌କା । ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି । ଅର୍ଡିନାରୀ ବସ୍ ୮୮ ପଇସାରୁ ବୃଦ୍ଧି ପାଇ କିମି ପିଛା ୯୦ ପଇସା ହେଇଛି, ଏକ୍ସପ୍ରେସ୍ ବସ୍ ୯୨ ପଇସାରୁ ବୃଦ୍ଧି ପାଇ କିମି ପିଛା ୯୪ ପଇସା ହେଇଛି, ଡିଲକ୍ସ ବସ୍ ୧ ଟଙ୍କା ୨୭ ପଇସାରୁ ବୃଦ୍ଧି ପାଇ କିମି ପିଛା ୧ ଟଙ୍କା ୩୧ ପଇସା ହେଇଛି, ଏସି ଡିଲକ୍ସ ୧ ଟଙ୍କା ୫୫ ପଇସାରୁ ବୃଦ୍ଧି ପାଇ କିମି ପିଛା ୧ ଟଙ୍କା ୫୯ ପଇସା ହେଇଛି, ସୁପର ପ୍ରିମିୟମ ୨ ଟଙ୍କା ୪୧ ପଇସାରୁ ବୃଦ୍ଧି ପାଇ କିମି ପିଛା ୨ ଟଙ୍କା ୪୭ ପଇସା ବୃଦ୍ଧି ପାଇଛି ।  

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)