କଖାରୁଣୀ ଛକରେ ଓଲଟିଲା ଘରୋଇ ବସ୍‌! ୩୦ରୁ ଅଧିକ ଯାତ୍ରୀ ଆହତ, କିଛିଙ୍କ ଅବସ୍ଥା ଗୁରୁତର

ଅକ୍ଷର ବ୍ୟୁରୋ: କଟକରୁ ରାଜନଗର ରଙ୍ଗଣୀ ଯାଉଥିବା ବେଳେ ଘରୋଇ ବସ୍‌ ଦୁର୍ଘଟଣା। କଖାରୁଣୀ ଛକ ନିକଟରେ ହଠାତ୍‌ ଭାରସାମ୍ୟ ହରାଇ ବସ୍‌ଟି ରାସ୍ତା ତଳକୁ ଖସି ଓଲଟିପଡ଼ିଛି। ଏହି ଦୁର୍ଘଟଣାରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତ ପଟ୍ଟାମୁଣ୍ଡାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଏକ ଘରୋଇ ବସ୍‌ କଟକରୁ ଯାତ୍ରୀମାନଙ୍କୁ ନେଇ ରାଜନଗର ରଙ୍ଗଣୀ ଅଭିମୁଖେ ଯାଉଥିଲା। ତେବେ କଖାରୁଣୀ ଛକ ନିକଟରେ ହଠାତ୍‌ ବସ୍‌ଟି ଭାରସାମ୍ୟ ହରାଇଥିଲା। ଫଳରେ ରାସ୍ତା ତଳକୁ ଖସି ବସ୍‌ଟି ଓଲଟିପଡ଼ିଥିଲା। ଦୁର୍ଘଟଣା ସମୟରେ ବସ୍‌ରେ ବହୁ ସଂଖ୍ୟକ ଯାତ୍ରୀ ଥିବା ଜଣାପଡ଼ିଛି। ଏଥିରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ କିଛି ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ନେଇ ସୂଚନା ମିଳିଛି। ପଟ୍ଟାମୁଣ୍ଡାଇ ମେଡିକାଲରେ ଆହତଙ୍କ ଚିକିତ୍ସା ଜାରି ରହିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି। ବସ୍‌ଟି କେଉଁ କାରଣରୁ ଭାରସାମ୍ୟ ହରାଇଲା, ତାହା ଖୋଜାଯାଉଛି। ଅତ୍ୟଧିକ ବେଗ ଯୋଗୁଁ ନା ଅନ୍ୟ କୌଣସି କାରଣରୁ ଏହି ଦୁର୍ଘଟଣା ଘଟିଲା, ସେନେଇ ପୁଲିସ ତଦନ୍ତ କରୁଛି। ଦୁର୍ଘଟଣା ପରେ ରାସ୍ତାରେ କିଛି ସମୟ ପାଇଁ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଥିଲା। ତଦନ୍ତ ପରେ ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial