ଅକ୍ଷର ବ୍ୟୁରୋ: ରାଜ୍ୟରେ ମୌସୁମୀ ବର୍ଷା ଜୋର ଧରିବା ସହ ପାଣିପାଗରେ ସ୍ପଷ୍ଟ ପରିବର୍ତ୍ତନ ଦେଖାଦେଇଛି। ଟ୍ୱିନ୍ ସିଟି ଭୁବନେଶ୍ୱର-କଟକରେ ଗତ କିଛି ଦିନ ଧରି ଲଗାତାର ଝିପିଝିପି ବର୍ଷା ହେଉଥିବା ବେଳେ ଆକାଶ ମେଘାଚ୍ଛନ୍ନ ରହିବାରୁ ଅସହ୍ୟ ଗରମରୁ ଲୋକଙ୍କୁ ଆଶ୍ୱସ୍ତି ମିଳିଛି। ଏବେ ସାରା ରାଜ୍ୟରେ ବର୍ଷାର ପରିମାଣ ଆହୁରି ବଢ଼ିବାର ସମ୍ଭାବନା ରହିଛି।
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଉତ୍ତର ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତା ଜୁଲାଇ ୩ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହୋଇପାରେ। ଏହାର ପ୍ରଭାବରେ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରାଯାଇଛି।
ଆଜି ପାଇଁ ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ରାଜ୍ୟର ୧୦ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସମୟରେ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ଆଶଙ୍କା ଥିବାରୁ ସାଧାରଣ ଲୋକଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ବିଶେଷକରି ବଜ୍ରପାତ ସମୟରେ ଖୋଲା ସ୍ଥାନ, ଗଛ ତଳେ କିମ୍ବା ଜଳାଶୟ ନିକଟରେ ନ ରହିବାକୁ ଏବଂ ପାଣିପାଗ ବିଭାଗର ସତର୍କ ସୂଚନା ଉପରେ ନଜର ରଖିବାକୁ ଆହ୍ୱାନ କରାଯାଇଛି।














Leave a Reply