ଅକ୍ଷର ବ୍ୟୁରୋ : ସୃଷ୍ଟି ହେଲା ଲଘୁଚାପ | ଏହାର ପ୍ରଭାବରେ ଜୁନ ୧ ଯାଏ ସାରା ରାଜ୍ୟରେ ବଜ୍ରପାତ ଓ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ | ଆଜି ୧୫ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି | ଏବଂ ଏହି ସମୟରେ କିଛି କିଛି ସ୍ଥାନରେ ପବନର ବେଗ ୪୦ରୁ ୫୦ କିଲୋମିଟର ଯାଏ ରହି ପରେ | ସେହିପରି ଝଟକା ପବନର ବେଗ ୬୦ କିଲୋମିଟର ଛୁଇଁବାର ଆଶଙ୍କା ରହିଛି | ୧ ତାରିଖ ଯାଏ ରାଜ୍ୟରେ ଏମିତି ବଜ୍ରପାତ ସହ ଝଡ଼ବର୍ଷା ଲାଗି ରହିବ | ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ | ତେଣୁ ଓଡ଼ିଶା ଉପକୂଳ ଓ ବାହାରେ ଗଭୀର ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି |
ସୃଷ୍ଟି ହେଲା ଲଘୁଚାପ : ଜୁନ ୧ ଯାଏ ବର୍ଷା












Leave a Reply