ରାଜା ସାହାଣୀକୁ ଅନ୍ୟ ଜେଲକୁ ସ୍ଥାନାନ୍ତର; କଟକ ଚୌଦ୍ଵାର ଜେଲରୁ ବ୍ରହ୍ମପୁର ଜେଲକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ।

ଅକ୍ଷର ବ୍ୟୁରୋ: ଚୌଦ୍ଵାର ଜେଲରୁ ଚମ୍ପଟ ହୋଇ ପୁଣି ଗିରଫ ହୋଇଥିବା ସୁରକ୍ଷାକୁ ଗୁରୁତ୍ୱ । ରାଜା ସାହାଣୀକୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତାବ । କଟକ ଚୌଦ୍ଵାର ଜେଲରୁ ବ୍ରହ୍ମପୁର ଜେଲକୁ ସ୍ଥାନାନ୍ତର କରାଯିବାକୁ ପ୍ରସ୍ତାବ । ଚୌଦ୍ଵାର ଜେଲ୍ କତୃପକ୍ଷ ଏନେଇ କୋର୍ଟକୁ ଅବଗତ କରିଛନ୍ତି । ପୂର୍ବରୁ ରାଜା ସାହାଣୀ ଏବଂ ତାର ଅନ୍ୟ ସହଯୋଗୀ ଚୌଦ୍ଵାର ଜେଲରୁ ଫେରାର ହେବ ପାଇଁ ଦୁଇ ଦୁଇ ଥର ଉଦ୍ୟମ କରି ଶେଷରେ ସଫଳ ହୋଇଥିଲେ । ତେଣୁ ଚୌଦ୍ଵାର ଜେଲ୍ କୋଣ ଅନୁକୋଣକୁ ଭଲଭାବେ ପଡ଼ିଥିବାରୁ ରାଜା ସାହାଣୀକୁ ବ୍ରହ୍ମପୁର ଜେଲ୍ କୁ ସ୍ଥାନାନ୍ତର କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ସେହିପରି ଚୌଦ୍ଵାର ଜେଲ୍ କର୍ତୁପକ୍ଷ ରାଜା ସାହାଣୀକୁ ସ୍ଥାନାନ୍ତର ସମୟରେ ସୁରକ୍ଷା ଅବଲମ୍ବନ କରିବା ଶହ ହାତରେ କଡ଼ି ପକାଇ ନେବାକୁ ଯୋଜନା କରିଛନ୍ତି ।

ଏଥିପାଇଁ କଟକ ଜିଲ୍ଲା ଓ ଦୌରାଜଜଙ୍କ  କୋର୍ଟ ରେ ଆବେଦନ କରିଛି ପୁଲିସ । କୋର୍ଟ ଅନୁମତି  ଦେଲେ କଡା ସୁରକ୍ଷାରେ  ସହ  ହାତ ରେ ହାତ କଡ଼ି ପକାଇ  ସ୍ଥାନାନ୍ତର କରାଯିବ। ଖାଲି ସେତିକି ନୁହେଁ । କର୍ଣାଟକର ମହୀଶୁରରେ ଗହଣା ସୋରୁମ ଡକାୟତି ମାମଲାରେ କର୍ଣ୍ଣାଟକ ପୋଲିସ  ରାଜା ସାହାଣୀକୁ ୧୫ ଦିନ ପାଇଁ  ରିମାଣ୍ଡରେ ନେବା ପାଇଁ ତାଙ୍କ ସ୍ଥାନୀୟ କୋର୍ଟରେ ଆବେଦନ କରିଛନ୍ତି ।  ଏନେଇ କର୍ଣ୍ଣାଟକ ସ୍ଥାନୀୟ କୋର୍ଟ କଟକ କୋର୍ଟକୁ ରିମାଣ୍ଡ ନେଇ ଅବଗତ କରିଛନ୍ତି । କଟକ jmfc କୋର୍ଟ ଅନୁମତି ଦେଲେ କର୍ଣ୍ଣାଟକ ପୁଲିସ ରାଜା ସାହାଣୀକୁ ରିମାଣ୍ଡରେ ନେବ । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)