ଅକ୍ଷର ବ୍ୟୁରୋ: ୧୮ ଜୁନରେ ହେବ ରାଜ୍ୟସଭା ଉପନିର୍ବାଚନ । ଓଡ଼ିଶାରୁ ଖାଲି ପଡ଼ିଥିବା ରାଜ୍ୟସଭା ଆସନ ପାଇଁ ଭାରତ ନିର୍ବାଚନ ଆୟୋଗ ଉପନିର୍ବାଚନ ସୂଚୀ ଘୋଷଣା କରିଛନ୍ତି । ବିଜେଡି ନେତା ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଏହି ଆସନ ଖାଲି ପଡ଼ିଛି । ତାଙ୍କର ପଦତ୍ୟାଗ ୨୫ ମେ ୨୦୨୬ରୁ କାର୍ଯ୍ୟକାରୀ ହୋଇଥିବା ବେଳେ ଏହି ଆସନର କାର୍ଯ୍ୟକାଳ ୩ ଏପ୍ରିଲ ୨୦୩୦ ପର୍ଯ୍ୟନ୍ତ ଅଛି । ଖାଲି ହୋଇଥିବା ଗୋଟିଏ ଆସନ ପାଇଁ ଉପନିର୍ବାଚନ ହେବ ।
ଜୁନ୍ ୧ ରେ ପ୍ରକାଶ ପାଇବ ବିଜ୍ଞପ୍ତି । ଜୁନ୍ ୮ ନାମାଙ୍କନ ଦାଖଲର ଶେଷ ତାରିଖ । ୧୮ ଜୁନରେ ମତଦାନ ହେବ। ସେହିଦିନ ସନ୍ଧ୍ୟା ୫ଟାରେ ଫଳାଫଳ ମଧ୍ୟ ଜଣାପଡିବ । ଦୁଇଦିନ ତଳେ ଦେବାଶିଷ ଏହି ପଦରୁ ଇସ୍ତଫା ଦେଇଥିଲେ । ଗତକାଲି ସେ ଦିଲ୍ଲୀ କାର୍ଯ୍ୟାଳୟରେ ବିଜେପିରେ ମିଶିଥିଲେ । ତେଣୁ ଏହି ଆସନ ପାଇଁ ଦେବାଶିଷ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇପାରନ୍ତି । ଆଗରୁ ମମତା ମହନ୍ତ ଓ ସୁଜିତ କୁମାର ମଧ୍ୟ ଇସ୍ତଫା ଦେଇ ବିଜେପିରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଛନ୍ତି ।












Leave a Reply