ଭିଜିଲାନ୍ସ ଜାଲରେ ରେଞ୍ଜର; ୨ ଲକ୍ଷ ୩୪ ହଜାର ୮୦୦ ଟଙ୍କା ଧରି ଯାଉଥିଲା ବେଳେ ମାଡି ବସିଲା ଭିଜିଲାନ୍ସ ।

ଅକ୍ଷର ବ୍ୟୁରୋ: ଭିଜିଲାନ୍ସ ଜାଲରେ ପୁଣି ଜଣେ ଫରେଷ୍ଟ ରେଞ୍ଜର । ନବରଙ୍ଗପୁରର ଇନ୍ଦ୍ରାବତୀ ବ୍ରିଜ ନିକଟରେ ମାଡି ବସିଲା ଭିଜିଲାନ୍ସ । ନବରଙ୍ଗପୁର ସହର ସ୍ଥିତ ନିଜ ବାସଭବନକୁ ବ୍ୟକ୍ତିଗତ ଗାଡ଼ିରେ ଆସୁଥିବା ବେଳେ ଇନ୍ଦ୍ରାବତୀ ବ୍ରିଜ ନିକଟରେ ମାଡି ବସିଲା ଭିଜିଲାନ୍ସ । ରାୟଗଡା ଜିଲ୍ଲା ଗୁଡାରି ରେଞ୍ଜର ସୁକୁମାର ଦୁଖୁ ୨ ଲକ୍ଷ ୩୪ ହଜାର ୮୦୦ ଟଙ୍କା ଧରି ନିଜ ଗାଡ଼ିରେ ନବରଙ୍ଗପୁର ଆସୁଥିଲେ । ସୁକୁମାରଙ୍କୁ ଭିଜିଲାନ୍ସ ଟିମ୍ ସାଙ୍ଗରେ ନେଇ ଗୁଡାରି ସରକାରୀ ବାସଭବନରେ ଅଧିକ ତଦନ୍ତ କରୁଛି ଭିଜିଲାନ୍ସ । ଅନ୍ୟ ଗୋଟିଏ ଟିମ୍ ନବରଙ୍ଗପୁର ସେନାପତି ସାହିରେ ଥିବା ବାସଭବନରେ ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)