ନୂତନ ବର୍ଷ ପାଇଁ ଭଦ୍ରକ ପୁଲିସ୍‌ କଡା ପଦକ୍ଷେପ; ଏସ୍‌ପି ଅଫିସକୁ ଫୁଲତୋଡ଼ା ଓ ଡାଏରୀ ନେଇ ଆସିବା ପାଇଁ ମନା ।

ଅକ୍ଷର ବ୍ୟୁରୋ: ଆସନ୍ତାକାଲି ନୂଆବର୍ଷ । ଆଜି ଇଂରାଜୀ ନୂତନ ବର୍ଷ ପାଇଁ ଭଦ୍ରକ ପୁଲିସ୍‌ କଡା ପଦକ୍ଷେପ ଗ୍ରହଣ କରିଛି । ଏସ୍‌ପି ଅଫିସକୁ ଫୁଲତୋଡ଼ା ଓ ଡାଏରୀ ନେଇ ଆସିବା ପାଇଁ ମନା କରାଯାଇଛି । ପୁଲିସ୍‌ ଅଧିକାରୀ କିମ୍ୱା କୌଣସି ବ୍ୟକ୍ତି ଫୁଲ ଓ ଡାଏରୀ ଆଣିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆରକ୍ଷୀ ଅଧୀକ୍ଷକଙ୍କ ଅଫିସ୍‌ କାନ୍ଥରେ ଏ ନେଇ ତାଗିଦ୍ ପୋଷ୍ଟର୍ ଲଗାଯାଇଛି । ଏସପି ମନୋଜ ରାଉତଙ୍କ ନିର୍ଦ୍ଦେଶକ୍ରମେ କଡ଼ା ନୋଟିସ୍ ଜାରି କରାଯାଇଛି । ସେପଟେ ନୂଆବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ କାର୍ଯ୍ୟାଳୟକୁ କେହି ନ ଆସିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ସମସ୍ତଙ୍କୁ ନିବେଦନ କରିଛନ୍ତି ।

ସାମାଜିକ ଗଣମାଧ୍ୟମରେ ନୂଆବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଦିନଟି ସରକାରୀ କାର୍ଯ୍ୟ ଦିବସ ରହୁଥିବାରୁ ମୋର କାର୍ଯ୍ୟାଳୟ ଅନ୍ୟ ସାଧାରଣ ଦିବସ ଭଳି କାର୍ଯ୍ୟ କରିବ । ତେଣୁ ନୂଆବର୍ଷ ଶୁଭେଚ୍ଛା ଜଣାଇବା ପାଇଁ ମୋ କାର୍ଯ୍ୟାଳୟକୁ କେହି ନ ଆସିବାକୁ ଅନୁରୋଧ କରୁଛି । ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି, ସରକାରୀ କର୍ମଚାରୀମାନେ ମଧ୍ୟ ଅଫିସ ସମୟରେ ଶୁଭେଚ୍ଛା ଓ ଅଭିନନ୍ଦନ କାର୍ଯ୍ୟକ୍ରମରେ ସାମିଲ ନ ରହି ଅଫିସ କାର୍ଯ୍ୟ ଉପରେ ଗୁରୁତ୍ୱ ଦେବାକୁ ଅନୁରୋଧ । ଓଡ଼ିଶାର ଜନସାଧାରଣ ତଥା ମୋର ଶୁଭାକାଂକ୍ଷୀଙ୍କ ସଦିଚ୍ଛା ମୋ ସହିତ ସବୁବେଳେ ରହିଛି । ସେଥିପାଇଁ ମୁଁ ସମସ୍ତଙ୍କ ନିକଟରେ କୃତଜ୍ଞ । ମୋର ସରକାରୀ ବାସଭବନକୁ ଶୁଭେଚ୍ଛା ଜଣାଇବାକୁ ଆସୁଥିବା ଲୋକଙ୍କୁ ନିବେଦନ, କୌଣସି ଉପହାର କିମ୍ବା ପୁଷ୍ପଗୁଚ୍ଛ ଧରି ଆସିବେ ନାହିଁ । କେବଳ ଆପଣଙ୍କ ସଦିଚ୍ଛା ଓ ଆଶୀର୍ବାଦ ମୋର ଏକାନ୍ତ କାମ୍ୟ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)