ଅକ୍ଷର ବ୍ୟୁରୋ: ପୁଣି ମହାନଦୀ ଜଳ ବିବାଦ । ଆଜି ଛତିଶଗଡ଼ ଗସ୍ତ କରିବ ମହାନଦୀ ବଞ୍ଚାଓ ଆନ୍ଦୋଳନର ପ୍ରତିନିଧି ମଣ୍ଡଳୀ । କଲମା ବ୍ୟାରେଜ ତଳେ ନିର୍ମିତ ବାଲି ବନ୍ଧକୁ ପରିଦର୍ଶନ କରିବ ଏହି ଟିମ୍ । ଛତିଶଗଡ଼ରେ ମହାନଦୀ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ସଂଗଠନ ସହିତ ଏହି ପ୍ରତିନିଧି ଦଳ ଆଲୋଚନା କରିବ । ଆଜି ଝାରସୁଗୁଡାରେ ରାତ୍ରିଯାପନ କରି ଆସନ୍ତାକାଲି କଲମା ବ୍ୟାରେଜ, ତାର ତଳ ମୁଣ୍ଡରେ ଥିବା ବାଲି ବନ୍ଧ, ମହାନଦୀ ଓଡିଶାକୁ ପ୍ରବେଶ କରୁଥିବା ସ୍ଥାନ ଶୁଖାଶୋଡା ଅଞ୍ଚଳ ପରିଦର୍ଶନ କରିବେ । ପରିଦର୍ଶନ କରି ଆସିବା ପରେ ୨୯ ତାଟିଖରେ ଝାରସୁଗୁଡାର ବୁଦ୍ଧିଜୀବୀ ଓ ନଦୀ ପାଇଁ ଚିନ୍ତିତ ବ୍ୟକ୍ତି ବିଶେଷଙ୍କ ସହିତ ଆଲୋଚନା କରିବ । ଏହି ପ୍ରତିନିଧି ଦଳରେ ମହାନଦୀ ବଞ୍ଚାଓ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ସହ ଆବାହକ ବାସୁଦେବ ଭଟ୍ଟ, ସଂଯୋଜକ ସଚିକାନ୍ତ ପ୍ରଧାନ, ବିଜୟ ପରିଡା, ପ୍ରବକ୍ତା ପ୍ରସନ୍ନ ବିଶୋଇ ପ୍ରମୁଖ ସାମିଲ ହେବେ ।
ମହାନଦୀ ଜଳ ବିବାଦକୁ ନେଇ ଆଜି ଛତିଶଗଡ଼ ଗସ୍ତ କରିବ ମହାନଦୀ ବଞ୍ଚାଓ ଆନ୍ଦୋଳନର ପ୍ରତିନିଧି ମଣ୍ଡଳୀ ।












Leave a Reply