ଅକ୍ଷର ବ୍ୟୁରୋ: ଧିରେ ଧିରେ ଫାଙ୍କା ହେଉଛି ତେଲ ଟାଙ୍କି । ଆଗକୁ ଉତ୍କଟ ହେବ ପେଟ୍ରୋଲ-ଡିଜେଲ ତେଲ ସଙ୍କଟ । ରାଜଧାନୀ ଭୁବନେଶ୍ବର ବିଭିନ୍ନ ପେଟ୍ରୋଲ ପମ୍ପରେ ଦେଖାଦେଲାଣି ସମସ୍ୟା । ଅନେକ ଟାଙ୍କିରେ ତେଲ ସରିବା ପରେ ଟାଙ୍କିଙ୍କୁ ଆସୁନି ତେଲ ଗାଡ଼ି । ଏଥିପାଇଁ ୪ ରୁ ୫ ଘଣ୍ଟା ମଧ୍ୟ ଅପେକ୍ଷା କରିବାକୁ ପଡୁଛି । ପୂର୍ବରୁ ଷ୍ଟକ ସରିବା ପୂର୍ବରୁ ତେଲ ଟାଙ୍କିରେ ଲୋଡ ହେଉଥିଲା ବର୍ତ୍ତମାନ ତାହା ହେଉ ନାହିଁ । ଫଳରେ ଗ୍ରାହକ ଅସୁବିଧାର ସମ୍ମୁଖ ହୋଇଥିବା ଦେଖିବାକୁ ମିଳିଛି । ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବରେ ତୈଳ ବଜାର ପ୍ରଭାବିତ ହୋଇଛି । ପେଟ୍ରୋଲ୍, ଡିଜେଲ୍ ଆଦି ଯୋଗାଣ ବାଧାପ୍ରାପ୍ତ କାରଣରୁ ରାଜ୍ୟରେ ନିଅଣ୍ଟିଆ ସ୍ଥିତି ଦେଖାଗଲାଣି ।
ଟାଙ୍କିରେ ପେଟ୍ରୋଲ୍, ଡିଜେଲ୍ ଆଦି ନଥିବାରୁ ବନ୍ଦ କରିବା ସ୍ଥିତି ଆସିଲାଣି । ତେଲ ନପାଇ ଗାଡ଼ି ଚାଳକ ଏକାଧିକ ପେଟ୍ରୋଲ୍ ପମ୍ପକୁ ଘୁରି ବୁଲି ହନ୍ତସନ୍ତ ହୋଇଛନ୍ତି । ଏହାରି ଭିତରେ ପେଟ୍ରୋଲ ଟାଙ୍କିରେ ତେଲ ଦେବା ଉପରେ କଟକଣା ଲାଗିଛି । ୪ ଚକିଆ ଗାଡ଼ି ପାଇଁ ୪୫ ରୁ ୫୦ ଲିଟର ପର୍ଯ୍ୟନ୍ତ ତେଲ ଦିଆଯିବ । ସେହିପରି ବସ୍ ଓ ଟ୍ରକ ପାଇଁ ଡିଜେଲ ଦେବା ଉପରେ ମଧ୍ୟ ଲିମିଟ୍ କରାଯାଇଛି । ଗୋଟିଏ ଗାଡ଼ିକୁ ୪୦୦ ରୁ ୫୦୦ ଲିଟର ଡିଜେଲ୍ରୁ ଅଧିକ ଦିଆଯିବ ନାହିଁ । ଯଦି କୌଣସି ଟାଙ୍କି ଅଧିକ ତେଲ କେଉଁ ଗାଡିକୁ ଦେଉଛନ୍ତି, ସେ ଟାଙ୍କି ଲକ ହେଇ ଯାଉଛି । ତେଣୁ ଏହି ନିୟମକୁ କଡାକଡି ପାଳନ କରିବା ପାଇଁ ନିର୍ଦେଶ ରହିଛି । ଆନ୍ଧ୍ରରେ ଅନେକ ପେଟ୍ରୋଲ ପମ୍ପରେ ତେଲ ନଥିବା ବେଳେ ଓଡିଶାରେ ଅନେକ ସ୍ଥାନରେ ପେଟ୍ରୋଲ ନଥିବା ପରି ସମସ୍ୟା ସାମନାକୁ ଆସିଛି ।











Leave a Reply