୩୦ ଲକ୍ଷ ଟଙ୍କା ଅଭିଯୋଗରେ ଗିରଫ ହେଲେ ସରପଞ୍ଚ

ଗିରଫ ହେଲେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପରଜଙ୍ଗ ବ୍ଲକ କଙ୍କିଳି ପଞ୍ଚାୟତର ସରପଞ୍ଚ ମକର ଚାନ୍ଦ ସାହୁ। ସିଏଫସି ଫଣ୍ଡ ଟଙ୍କା ହଡପ ଅଭିଯୋଗରେ ବାନ୍ଧିଛି ପୋଲିସ। ୭ଟି ଚେକ୍ ରେ ୩୦ ଲକ୍ଷ ଟଙ୍କା ସମ୍ପୂର୍ଣ୍ଣ ଚଳୁ କରିଥିବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି। ଏ ନେଇ ପଞ୍ଚାୟତର ନିର୍ବାହୀ ଅଧିକାରୀ ପ୍ରତାପ ଚନ୍ଦ୍ର ସାମଲଙ୍କ ଅଭିଯୋଗ ଆଧାରରେ ପରଜଙ୍ଗ ବିଡ଼ିଓ ସୌଭାଗ୍ୟ କୁମାର ବେହେରା ଏକ ଟିମ ଗଠନ କରି ତଦନ୍ତ କରିଥିଲେ । ଯାହାକୁ ନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଆକ୍ସନ ନିଆଯାଇଛି। ବିନା କାମରେ, ବିନା ଦସ୍ତାବିଜରେ ମନଇଚ୍ଛା ଟଙ୍କା ଉଠାଇବା ଏବଂ ଏ ନେଇ ନୂତନ ଭାବେ ନିଯୁକ୍ତ ନିର୍ବାହୀ ଅଧିକାରୀଙ୍କୁ କୌଣସି ତଥ୍ୟ କିମ୍ବା ହିସାବ ନଦେବା ସନ୍ଦେହ ସୃଷ୍ଟି କରିଥିଲା। ଯାହାକୁ ନେଇ ନିର୍ବାହୀ ଅଧିକାରୀ ପ୍ରତାପ ଚନ୍ଦ୍ର ସାମଲ ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ବିଡିଓଙ୍କ ପରାର୍ମଶ କ୍ରମେ ପୋଲିସ ସରପଞ୍ଚଙ୍କୁ ଗିରଫ କରିଥିଲା।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)