କାଳବୈଶାଖୀରେ ଉଡ଼ିଗଲା ବିଦ୍ୟାଳୟର ଆଜବେଷ୍ଟସ ଛପର

ଅକ୍ଷର ବ୍ୟୁରୋ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ଅପରାହ୍ଣରେ କାଳବୈଶାଖୀ ବର୍ଷା ହୋଇଛି । କାଳବୈଶାଖୀରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଘୂର୍ଣ୍ଣିଝଡ଼ରେ ଛେଣ୍ଡିପଦା ବ୍ଲକ ବସନ୍ତପୁର ପ୍ରାଥମିକ ବିଦ୍ୟାଳୟର ୫ ବଖରା ଅଜବେଷ୍ଟସ ଛପର ଉଡ଼ିଯାଇଛି । ରାସ୍ତାକଡ଼ରେ ଥିବା କୃଷ୍ଣଚୁଡା ଗଛ ଉପୁଡ଼ି ବିଦ୍ୟାଳୟ ପାଚେରୀ ଉପରେ ପଡ଼ି ନଷ୍ଟହୋଇଥିବା ବେଳେ ବର୍ଷାରେ ବିଦ୍ୟାଳୟ ଆସବାବପତ୍ର ମଧ୍ୟ ନଷ୍ଟ ହୋଇଯାଇଛି । ଗ୍ରାମର କିଛିଲୋକଙ୍କ ୧୫ବଖରା ଚାଳଛପର ଘର ଉଡ଼ି ଯାଇ ବ୍ୟାପକ କ୍ଷୟକ୍ଷତି ହୋଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)