ଆଜି ବିଜେପିରେ ଯୋଗ ଦେବେ ବରିଷ୍ଠ ରାଜନେତା ଦେବାଶିଷ ସାମନ୍ତରାୟ

ଅକ୍ଷର ବ୍ୟୁରୋ: ଆଜି ବିଜେପିରେ ଯୋଗଦେବେ ବରିଷ୍ଠ ରାଜନେତା ଦେବାଶିଷ ସାମନ୍ତରାୟ । ଆଜି ଦିନ ୧୧ଟାରେ ଦିଲ୍ଲୀର ବିଜେପି ରାଷ୍ଟ୍ରୀୟ କାର୍ଯ୍ୟାଳୟରେ କେନ୍ଦ୍ରୀୟ ନେତାଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇପାରନ୍ତି । ଯୋଗଦାନ ବେଳେ ବିଜେପି ଜାତୀୟ ସଭାପତି, ରାଜ୍ୟ ସଭାପତି ଓ ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ । ଗତକାଲି ବିଜେଡିରୁ ଇସ୍ତଫା ଦେବା ସହ ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବିଧିବଦ୍ଧ ଭାବେ ଇସ୍ତଫା ଦେଇଥିବା ବେଳେ ଦିଲ୍ଲୀରେ ରାଜ୍ୟସଭା ଅଧ୍ୟକ୍ଷ ସି.ପି. ରାଧାକ୍ରିଷ୍ଣନ୍‌ଙ୍କୁ ଭେଟି ରାଜ୍ୟସଭା ପଦରୁ ମଧ୍ୟ ଇସ୍ତଫା ପ୍ରଦାନ କରିଛନ୍ତି । ଦଳ ଛାଡ଼ିବା ଉପରେ ବିଜେଡି ଉପରେ ନିର୍ଦ୍ଧୁମ୍ ବର୍ଷିଥିଲେ ଦେବାଶିଷ । ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି କଠିନ ନିଷ୍ପତ୍ତି ନେଇଛି । ପରେ ସେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଭେଟି ସାଂସଦ ପଦରୁ ଇସ୍ତଫା ଦେଇଥିଲେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)