ରାଜଧାନୀରେ ଚାଞ୍ଚଲ୍ୟ ! ୨୦ ହଜାର ଟଙ୍କା ପାଇଁ ନାବାଳକଙ୍କୁ ଅପହରଣ; ୪ ଅଭିଯୁକ୍ତ ପୁଲିସ ହାତରେ

ଅକ୍ଷର ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରୁ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ଅପହରଣ ଘଟଣା। ମାତ୍ର ୨୦ ହଜାର ଟଙ୍କା ପାଇଁ ଜଣେ ନାବାଳକଙ୍କୁ ଅପହରଣ କରାଯାଇ ତାଙ୍କୁ ବନ୍ଧକ ରଖି ଟଙ୍କା ଦାବି କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ ପୁଲିସ ତୁରନ୍ତ ପଦକ୍ଷେପ ନେଇ ୪ ଜଣ ଅଭିଯୁକ୍ତଙ୍କୁ ଉଠାଇ ଆଣି ପଚରାଉଚରା କରୁଥିବା ବେଳେ ଅନ୍ୟ ଜଣଙ୍କ ସମ୍ପୃକ୍ତିକୁ ନେଇ ତଦନ୍ତ ଜାରି ରହିଛି।

ସୂଚନା ଅନୁଯାୟୀ, ୫ ଜଣ ଦୁର୍ବୃତ୍ତ ନାବାଳକଙ୍କୁ ଅପହରଣ କରି ଭୁବନେଶ୍ୱରର ପଥର ବନ୍ଧ ବସ୍ତିର ଏକ ଘରେ ଅଟକ ରଖିଥିଲେ। ଏହାପରେ ନାବାଳକଙ୍କୁ ମୁଣ୍ଡ ଜାମିନ ରଖି ପରିବାରଠାରୁ ୨୦ ହଜାର ଟଙ୍କା ଦାବି କରାଯାଇଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ସହିଦନଗର ଥାନା ପୁଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ପୁଲିସର ତ୍ୱରିତ କାର୍ଯ୍ୟାନୁଷ୍ଠାନରେ ୪ ଜଣ ସନ୍ଦିଗ୍ଧଙ୍କୁ ହେପାଜତକୁ ନିଆଯାଇଛି ଏବଂ ଘଟଣାର ସମସ୍ତ ଦିଗକୁ ନେଇ ଛାନଭିନ ଚାଲିଛି।

ଅପହରଣର ପ୍ରକୃତ କାରଣ, ଅଭିଯୁକ୍ତମାନଙ୍କ ମଧ୍ୟରେ ସମ୍ପର୍କ, ଅପହରଣର ଯୋଜନା କିପରି ହୋଇଥିଲା ଏବଂ ଏଥିରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ସେନେଇ ପୁଲିସ ତଦନ୍ତ ଜାରି ରଖିଛି। ପଚରାଉଚରା ପରେ ଘଟଣାର ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିବ ବୋଲି ପୁଲିସ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)