ଭୁବନେଶ୍ୱର ପଟିଆର ତିନୋଟି ମନ୍ଦିରରୁ ସିରିଜ ଚୋରି; ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ସହ ଦାନ ଟଙ୍କା ନେଇ ଗଲେ ଦୁର୍ବୃତ୍ତ ।

ଅକ୍ଷର ବ୍ୟୁରୋ: ଭୁବନେଶ୍ୱର ପଟିଆରେ ତିନୋଟି ମନ୍ଦିରରୁ ସିରିଜ ଚୋରି । ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ସହ ହୁଣ୍ଡି ଭାଙ୍ଗି ଦାନ ଟଙ୍କା ନେଇ ଗଲେ ଦୁର୍ବୃତ୍ତ । ସିସିଟିଭିରେ କଏଦ ହୋଇଛି ଦୃଶ୍ୟ । ଗତକାଲି ରାତିରେ ପଟିଆଗଡ଼ କନକଦୁର୍ଗା ମନ୍ଦିର, ନୀଳକଣ୍ଠେଶ୍ଵର ମନ୍ଦିର ଓ ଶିଖରଚଣ୍ଡୀ ଗ୍ରାମ ଦେବତୀ ମନ୍ଦିରରୁ ସିରିଜ ଚୋରି ହୋଇଛି ।

କନକ ଦୁର୍ଗା ମନ୍ଦିରରେ ଦୁର୍ବୃତ୍ତ ମାନେ ତାଲା ଭାଙ୍ଗି ମାଆଙ୍କ ସୁନା ମୂର୍ତ୍ତି ସହ ରୁପା ଖଟୁଲି, ମାଆଙ୍କ ମଥା ଟୀକା ଓ ନୋଥ ସହ ହୁଣ୍ଡି ବାକ୍ସ ଭାଙ୍ଗି ଟଙ୍କା ଚୋରି ହୋଇଥିବା ନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଇନ୍ଫୋସିଟି ଥାନାରେ ଅଭିଯୋଗ ହୋଇଛି । ସେହିପରି ନୀଳକଣ୍ଠେଶ୍ୱର ମନ୍ଦିର ଓ ଶିଖରଚଣ୍ଡୀ ଗ୍ରାମ ଦେବତୀ ମନ୍ଦିରରୁ ସୁନା ଓ ରୁପା ଅଳଙ୍କାର ସହ ହୁଣ୍ଡିରୁ ଟଙ୍କା ଚୋରି ହୋଇଛି । ଚାରି ଜଣ ଦୁର୍ବୃତ୍ତ ଏହି ସିରିଜ ଚୋରିରେ ସାମିଲ ହୋଇଥବା ନେଇ ସିସିଟିଭିରେ ନଜର ଆସିଛି । ପୋଲିସ ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)