ରାଜଧାନୀରେ ପୁଣି ଲଜ୍ଜା! ହୋଟେଲ ରୁମ୍‌ରେ ବଙ୍ଗୀୟ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ

ଅକ୍ଷର ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ପୁଣି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଭରତପୁର ଅଞ୍ଚଳର ଏକ ହୋଟେଲରେ ରହୁଥିବା ଜଣେ ବଙ୍ଗୀୟ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଘଟଣାଟି ସହରରେ ପୁଣିଥରେ ମହିଳା ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି। ଗିରଫ ଅଭିଯୁକ୍ତ ହେଲେ ଜୟନ୍ତ କୁମାର ନାୟକ। ତାଙ୍କ ଘର ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଶିରପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର କୋଲକାତା ସ୍ଥିତ ଗିରିଶ ପାର୍କ ଅଞ୍ଚଳର ଜଣେ ମହିଳା ଗତ ଚାରି ମାସ ଧରି ତାଙ୍କ ସ୍ୱାମୀଙ୍କ ସହ ଭରତପୁର ଜିଏ କଲୋନୀର ଏକ ହୋଟେଲରେ ରହୁଥିଲେ। ଘଟଣା ଦିନ ସ୍ୱାମୀ ବାହାରକୁ ଯାଇଥିବା ବେଳେ ଅଭିଯୁକ୍ତ ମହିଳାଙ୍କ ବିଶ୍ୱାସ ଜିତି ତାଙ୍କ ରୁମ୍‌ ଭିତରକୁ ପ୍ରବେଶ କରିଥିଲା।

ଅଭିଯୋଗ ଅନୁସାରେ, ରୁମ୍‌ ଭିତରକୁ ପଶିବା ପରେ ଅଭିଯୁକ୍ତ ମହିଳାଙ୍କ ସହ ଜୋରଜବରଦସ୍ତି କରିବା ସହ ଟଣାଓଟରା କରି ଦୁଷ୍କର୍ମ ଉଦ୍ୟମ କରିଥିଲା। ମହିଳାଙ୍କ ପ୍ରତିବାଦ ଓ ଚିତ୍କାର ପରେ ଘଟଣା ପ୍ରକାଶ ପାଇଥିଲା। ଏନେଇ ପୀଡିତା ଭରତପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ପ୍ରମାଣ ଆଧାରରେ ଅଭିଯୁକ୍ତ ଜୟନ୍ତ କୁମାର ନାୟକଙ୍କୁ ଗିରଫ କରାଯାଇଛି। ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଥିବା ବେଳେ ଆଇନ ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଜାରି ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)