ନବରଙ୍ଗପୁରରେ ଲଜ୍ଜାଜନକ ଘଟଣା: ୪ ବର୍ଷର ଶିଶୁକନ୍ୟାଙ୍କୁ ଦୁଷ୍କର୍ମ ଅଭିଯୋଗ, ୧୨ ବର୍ଷର ନାବାଳକ ଅଟକ

ଅକ୍ଷର ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରୁ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଓ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ୪ ବର୍ଷର ଶିଶୁକନ୍ୟାଙ୍କୁ ୧୨ ବର୍ଷର ଜଣେ ସମ୍ପର୍କୀୟ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ପୁଲିସ ଅଭିଯୁକ୍ତ ନାବାଳକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।

ଅଭିଯୋଗ ଅନୁସାରେ, ୪ ବର୍ଷର ଶିଶୁକନ୍ୟା ନିଜ ଘର ନିକଟରେ ଖେଳୁଥିବା ସମୟରେ ଗାଁର ଜଣେ ୧୨ ବର୍ଷର ସମ୍ପର୍କୀୟ ନାବାଳକ ତାଙ୍କୁ ଫୁସୁଲାଇ ଏକ ନିର୍ଜନ ସ୍ଥାନକୁ ନେଇଯାଇଥିଲେ। ସେଠାରେ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ରହିଛି। ଘଟଣା ପରେ ଶିଶୁକନ୍ୟାଙ୍କୁ ରକ୍ତାକ୍ତ ଓ ଗୁରୁତର ଅବସ୍ଥାରେ ପରିବାର ଲୋକ ଉଦ୍ଧାର କରି ପ୍ରଥମେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଏନେଇ ପୀଡ଼ିତାଙ୍କ ବାପା ଡାବୁଗାଁ ଥାନାରେ ଏତଲା ଦେବା ପରେ ଥାନା ଅଧିକାରୀ ଲଛମି ପରଜାଙ୍କ ନେତୃତ୍ୱରେ ପୁଲିସ ଏକ ମାମଲା ରୁଜୁ କରିଛି। ଅଭିଯୁକ୍ତ ନାବାଳକଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବାବେଳେ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଚାଲିଛି। ଏହି ଘଟଣା ସମଗ୍ର ଡାବୁଗାଁ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)