ଧୋଇଗଲା ଶାରିଶୁଆ ପାହାଡ଼ ରାସ୍ତା, ଜଳବନ୍ଦୀ ଖଇରା ବଜାର!

ବାଲେଶ୍ୱର: ଲଗାଣ ବର୍ଷା ପରେ ବନ୍ୟାଜଳରେ ଧୋଇଗଲା ଶାରିଶୁଆ ପାହାଡ଼ର ଘାଟି ରାସ୍ତା। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍‌ରେ ଭଦ୍ରକରୁ ବାରିପଦା ଭାୟା ଉଦଳାକୁ ସଂଯୋଗ କରୁଥିବା ଶାରିଶୁଆ ପାହାଡ଼ ରାସ୍ତାର ଏକ ବଡ଼ ଅଂଶ ଧୋଇଯାଇଛି। ପାହାଡ଼ରୁ ପ୍ରବଳ ବନ୍ୟାଜଳ ଆସିବା ଫଳରେ ରାସ୍ତା କ୍ଷତିଗ୍ରସ୍ତ ହୋଇ ଏବେ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ଏହି ରାସ୍ତା ମୟୂରଭଞ୍ଜରୁ ବାଲେଶ୍ୱର ସହ ଭୁବନେଶ୍ୱର, କଟକ ଓ ଭଦ୍ରକକୁ ଯୋଗାଯୋଗ କରୁଥିବା ଏକ ପ୍ରମୁଖ ମାର୍ଗ। ଏହାସହ ମେଡିକାଲ୍ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଯାତାୟାତ ପାଇଁ ମଧ୍ୟ ଏହି ରାସ୍ତା ଉପରେ ସ୍ଥାନୀୟ ଲୋକେ ନିର୍ଭର କରନ୍ତି। ରାସ୍ତା ଧୋଇଯିବାରୁ ଖଇରା ବଜାର ସମେତ ଆଖପାଖ ସ୍ଥାନୀୟ ଅଞ୍ଚଳ ମଧ୍ୟ ଜଳବନ୍ଦୀ ହୋଇପଡ଼ିଛି। ଘାଟି ରାସ୍ତାର ପ୍ରାୟ ୧.୫ କିଲୋମିଟର ଅଞ୍ଚଳ ଏବେ ବିପଦସଙ୍କୁଳ ହୋଇପଡ଼ିଥିବାରୁ ଯାତାୟାତକୁ ନେଇ ଆଶଙ୍କା ବଢ଼ିଛି। ଏହି ପ୍ରମୁଖ ରାସ୍ତା କ୍ଷତିଗ୍ରସ୍ତ ହେବା ଫଳରେ ସ୍ଥାନୀୟ ଲୋକଙ୍କ ଦୈନନ୍ଦିନ ଯାତାୟାତ ସହ ଚିକିତ୍ସା ଓ ସରକାରୀ କାର୍ଯ୍ୟାଳୟକୁ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial