ପ୍ରକୃତି ପ୍ରେମୀଙ୍କ ପାଇଁ ଖୁସି ଖବର, ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ ।

ଅକ୍ଷର ବ୍ୟୁରୋ: ପ୍ରକୃତି ପ୍ରେମୀଙ୍କ ପାଇଁ ଖୁସି ଖବର । ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ବ୍ୟାଘ୍ର ପ୍ରକଳ୍ପ ମଧ୍ୟକୁ ପ୍ରବେଶ ପାଇଁ ମିଳିଲା ଅନୁମତି । ପିଠାବଟା ଓ କାଳିଆଣି ଫାଟକ ଦେଇ ପର୍ଯ୍ୟଟକଙ୍କ ପ୍ରବେଶ । ଜୁଲାଇ ୧ରୁ ପ୍ରବେଶ ଉପରେ ଲାଗିଥିଲା କଟକଣା । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଫିସ୍ ପକ୍ଷରୁ ସୂଚନା । ଆଜିଠୁ ଖୋଲିଲା ପ୍ରକୃତିସୁନ୍ଦରୀ ଶିମିଳିପାଳ ଅଭୟାରଣ୍ୟ । ଜୈବ ବିବିଧତାରେ ଭରା ଶିମିଳିପାଳରେ ପର୍ଯ୍ୟଟନ ନୂତନ ଅନୁଭୂତି ଯୋଗାଇ ଦେବାକୁ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଶିମିଳିପାଳକୁ ଦୈନିକ ସର୍ବାଧିକ ୬୦ଟି ଚାରିଚକିଆ ଯାନକୁ ପ୍ରବେଶ ଅନୁମତି କରିବେ । ଯଶିପୁର ଏବଂ କାଳିକାପ୍ରସାଦ ପାଶ୍ୱର୍ରୁ ୩୫ଟି ଏବଂ ବାରିପଦା ପିଠାବଟା ତନଖି ଫାଟକ ଦେଇ ୨୫ଟି ଚାରିଚକିଆ ଯାନକୁ ପ୍ରବେଶ କରିବେ । ପିଠାବଟା ତନଖି ଫାଟକରୁ ପୂର୍ବାହ୍ନ ୮ଟାରୁ ୯ଟା ମଧ୍ୟରେ ଏବଂ ଯଶିପୁର ଗେଟ୍‌ ଦେଇ ସକାଳ ୫ଟାରୁ ୯ଟା ମଧ୍ୟରେ ପ୍ରବେଶ କରିବେ । ସନ୍ଧ୍ୟା ୬ଟା ସୁଦ୍ଧା ପର୍ଯ୍ୟଟକଙ୍କୁ ଫେରିବାକୁ ପଡ଼ିବ । ପ୍ରବେଶ ଅନୁମତି ପତ୍ର କେବଳ ୱେବସାଇଟ ମାଧ୍ୟମରେ ପାଇପାରିବେ ।

ବ୍ୟାଘ୍ର ପ୍ରକଳ୍ପ ଭିତରକୁ ପ୍ରବେଶ ସମୟରେ ପ୍ରତ୍ୟେକ ଯାନ ସହିତ ଜଣେ ଗାଇଡ୍‌ ନେବା ବାଧ୍ୟତାମୂଳକ କରାଯାଇଛି । ନିୟମାବଳୀ ଉଲ୍ଲଂଘନ କଲେ ଆଇନ୍‌ ଅନୁଯାୟୀ ଦଣ୍ଡିତ ହେବେ ବୋଲି ନିର୍ଦ୍ଦେଶାବଳୀ ଜାରି ହୋଇଛି । ଏଥିସହ ସ୍ଥାନୀୟ ଇକୋ ଡେଭଲପ୍‌ମେଣ୍ଟ କମିଟି ଦ୍ୱାରା ପରିଚାଳିତ ଖୋଲା ଜିପ୍‌ ୱାଇଲ୍ଡ ଲାଇଫ୍‌ ସଫାରୀ ଗାଡି ବ୍ୟବହାର ନିମନ୍ତେ ପର୍ଯ୍ୟଟକଙ୍କୁ ୱେବସାଇଟ୍‌ ମାଧ୍ୟମରେ ଆଗୁଆ ସଂରକ୍ଷଣ କରିବାକୁ ପଡ଼ିବ । ପ୍ରଥମ ୱାଇଲ୍ଡ ଲାଇଫ୍‌ ସଫାରି ସକାଳ ସାଢେ ୫ରୁ ଆରମ୍ଭ ହୋଇ ପାଞ୍ଚ ଘଣ୍ଟା ମଧ୍ୟରେ ଶେଷ ହେବ । ସେହିପରି ଦ୍ୱିତୀୟ ୱାଇଲ୍ଡ ଲାଇଫ୍‌ ସଫାରି ଅପରାହ୍ନ ୨ଟାରୁ ଆରମ୍ଭ ହୋଇ ଚାରି ଘଣ୍ଟା ମଧ୍ୟରେ ଶେଷ ହେବ ବୋଲି ନିଷ୍ପତ୍ତି ହୋଇଛି । ଯାତ୍ରୀନିବାସ ରାତ୍ରିଯାପନ ନିମନ୍ତେ ପର୍ଯ୍ୟଟକଙ୍କୁ ଅଗ୍ରୀମ ଆରକ୍ଷଣ କରିବାକୁ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)