ଅକ୍ଷର ବ୍ୟୁରୋ: ଆଜିଠୁ ଘର ଘର ବୁଲିବେ ବିଏଲ୍ଓ । ରାଜ୍ୟରେ ଆରମ୍ଭ ହେଲା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ବା SIR । ଯାହା ଜୁନ ୨୮ ଯାଏ ଚାଲିବ । ସକାଳେ ବିଏଲ୍ଓ ଘର ଘର ବୁଲି ଗଣନା କରିବେ । ପ୍ରତିଦିନ ସନ୍ଧ୍ୟାରେ ୩ ଟାରୁ ୫ ଟା ବୁଥରେ ଉପସ୍ଥିତ ରହିବେ । ବିଏଲ୍ଓଙ୍କ ଜରିଆରେ ଭୋଟର ଆଇଡିର ସଂଶୋଧନ କରିପାରିବେ ଲୋକେ । ଗଣନା ଫର୍ମ ବଣ୍ଟନ କରିବା ସହିତ ସଂଗ୍ରହ କରିବେ ତଥ୍ୟ । ଜୁଲାଇ ୫ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ । ପ୍ରକାଶିତ ତାଲିକାରେ ଯଦି କୌଣସି ତ୍ରୁଟି ଥିବ, ତେବେ ସେ ବାବଦରେ ଜୁଲାଇ ୫ରୁ ଅଗଷ୍ଟ ୪ ତାରିଖ ମଧ୍ୟରେ ଆପତ୍ତି ଓ ଅଭିଯୋଗ ଦାଖଲ କରିହେବ । ସେପ୍ଟେମ୍ୱର ୬ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ।
ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗୋପାଳନ୍ କହିଛନ୍ତି ଯେ, ବିଏଲଓମାନେ ଭୋଟର୍ଙ୍କ ଘରକୁ ଯାଇ ପ୍ରତ୍ୟେକ ଭୋଟରଙ୍କ ପାଇଁ ଦୁଇଟି ଫର୍ମ ଦେବେ । ଏଥିରେ ଭୋଟରଙ୍କ ବ୍ୟକ୍ତିଗତ ବିବରଣୀ, ପରିବାର ସଦସ୍ୟଙ୍କ ସୂଚନା ଏବଂ ୨୦୦୨ ମସିହାର ଭୋଟର ତାଲିକା ସମ୍ଭନ୍ଧୀୟ ତଥ୍ୟ ଦେବାକୁ ପଡ଼ିବ । ବିଏଲ୍ଓମାନେ ଘର ପରିଦର୍ଶନ ସମୟରେ ସେମାନଙ୍କର ତଥ୍ୟ ଯାଞ୍ଚ କରିବେ । ସେମାନଙ୍କ ସାମାନ୍ୟ ତ୍ରୁଟିକୁ ସଂଶୋଧନ କରିବେ ।















Leave a Reply