ଅକ୍ଷର ବ୍ୟୁରୋ: ଓଡିଶାରେ ମେ ୩୦ରୁ ଆରମ୍ଭ ହେବାକୁ ଯାଉଛି SIR ପ୍ରକ୍ରିୟା । ମେ ୩୦ ତାରିଖରୁ ଜୁନ ମାସ ୨୮ ତାରିଖ ଯାଏଁ ଘର ଘର ବୁଲିବେ ବିଏଲଓ । ସେପ୍ଟେମ୍ବର ୬ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ବର୍ତ୍ତମାନ ସୁଦ୍ଧା ୯ ଲକ୍ଷ ୮୦ ହଜାର ଭୋଟର ବାଦ ପଡିଛନ୍ତି । ଯେଉଁମାନେ ଭାରତୀୟ ନାଗରିକ ନୁହଁନ୍ତି ସେମାନଙ୍କୁ ବାହାର କରାଯିବ । ରାଜ୍ୟରେ ଏବେ ୩ କୋଟି ୩୪ ଲକ୍ଷ ଭୋଟର ଅଛନ୍ତି । ନୂଆ ଭୋଟରଙ୍କୁ ଯୋଡିବା ପାଇଁ ବ୍ଲାକ ୬ ଫର୍ମ ଅଛି । ରାଜ୍ୟରେ SIRର ପ୍ରକ୍ରିୟା କଣ ରହିବ, ସେନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ ଗୋପାଳନ ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହାରିଚନ୍ଦନ । ଏହା ହେବା ଫଳରେ ଓଡ଼ିଶାରେ ଭୋଟର ଲିଷ୍ଟ ତ୍ରୁଟି ଶୂନ୍ୟ ହେବ । ଗଣତନ୍ତ୍ର ଉପରେ ଲୋକଙ୍କ ଅଧିକ ବିଶ୍ୱାସ ସୃଷ୍ଟି ହେବ । କ୍ଲିନ ଭୋଟର ଲିଷ୍ଟକୁ ନେଇ ନିର୍ବାଚନ ହେବ । ଆଗାମୀ ଦିନରେ ଏହା ଶୁଭଙ୍କର ହେବ ବୋଲି କହିଛନ୍ତି ମନ୍ତ୍ରୀ ।
ଓଡିଶାରେ ମେ ୩୦ରୁ ଆରମ୍ଭ ହେବାକୁ ଯାଉଛି SIR ପ୍ରକ୍ରିୟା; ଏନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହାରିଚନ୍ଦନ ।












Leave a Reply