୭୫ତମ ବର୍ଷ ପୂର୍ତ୍ତି ଅବସରରେ ଆଜି ସାରା ଦେଶରେ ପାଳିତ ହେଉଛି ‘ସୋମନାଥ ସ୍ୱାଭିମାନ ପର୍ବ’ ।

ଅକ୍ଷର ବ୍ୟୁରୋ: ଭାରତୀୟ ସଂସ୍କୃତିର ପ୍ରତୀକ ଶ୍ରୀ ସୋମନାଥ ଜ୍ୟୋତିର୍ଲିଙ୍ଗଙ୍କ ୧୦୦୦ ବର୍ଷର ଗୌରବମୟ ଇତିହାସ ଏବଂ ମନ୍ଦିରର ପୁନରୁଦ୍ଧାରର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ଆଜି ସାରା ଦେଶରେ ପାଳିତ ହେଉଛି “ସୋମନାଥ ସ୍ୱାଭିମାନ ପର୍ବ”। ରାଜଧାନୀର ଏକାମ୍ର କ୍ଷେତ୍ରଠାରେ ମଧ୍ୟ ଏହା ପାଳିତ ହେଉଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇଛନ୍ତି । ସୋମନାଥ ମନ୍ଦିରର ଅମୃତ ପର୍ବ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଐତିହାସିକ ଅବସର, ଭାରତୀୟ ସଭ୍ୟତାର ପୁନର୍ଜନ୍ମର କାହାଣୀ, ଗୌରବର ଗାଥା । ଯାହାକୁ ରକ୍ଷା କରିବା ପାଇଁ ହଜାର ହଜାର ସନାତନୀ ନିଜ ପ୍ରାଣ ବଳି ଉତ୍ସର୍ଗ କରିଛନ୍ତି । ଏହାକୁ ନଷ୍ଟ କରିବା ଲାଗି ବାରମ୍ବାର ଚେଷ୍ଟା ହୋଇଛି । ହେଲେ ସେହି ସନାତନୀଙ୍କ ପାଇଁ ଆଜି ତାହା ବଞ୍ଚିରହିଛି।ଆଧ୍ୟାତ୍ମିକ ଆକାଶରେ ହୋଇଛି ନୂଆ ସୂର୍ଯ୍ୟୋଦୟ । ଓଡ଼ିଶା ହେବ ଦେଶର ସାଂସ୍କୃତିକ ରାଜଧାନୀ । ସବୁ ମନ୍ଦିରର ହେବ ପୁନଃରୁଦ୍ଧାର । ସୋମନାଥଙ୍କ ଇତିହାସ ଆମକୁ ଶିଖାଏ ଧର୍ଯ୍ୟ ଏବଂ ଆତ୍ମସମ୍ମାନ । ସୋମନାଥ ଏବଂ ଲିଙ୍ଗରାଜ ମନ୍ଦିର ମଧ୍ୟରେ ସମାନତା ରହିଛି । ଉଭୟ ମନ୍ଦିର ଭାରତର ପ୍ରାଚୀନ ଆଧ୍ୟାତ୍ନିକ ଏବଂ ସ୍ଥାପତ୍ୟ ଐତିହ୍ୟକୁ ପ୍ରତିନିଧିତ୍ୱ କରନ୍ତି । ପ୍ରଭୁ ସୋମନାଙ୍କୁ ପଶ୍ଚିମ ଭାରତର ରକ୍ଷକ ଏବଂ ପ୍ରଭୁ ଲିଙ୍ଗରାଜ ପୂର୍ବର ଅଟଳ ଆଧ୍ୟାତ୍ମିକ ଶକ୍ତି ବୋଲି କୁହାଯାଏ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)