ଅକ୍ଷର ବ୍ୟୁରୋ: ରାଜ୍ୟ ରାଜନୀତିରେ ପୁଣି ଥରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଶେଷକରି ଗଞ୍ଜାମ ଜିଲ୍ଲାରେ ବହୁ ସଂଖ୍ୟକ ଭୋଟରଙ୍କ ନାଁ ବିଲୋପ କିମ୍ବା ସ୍ଥାନାନ୍ତରଣ ତାଲିକାରେ ଥିବା ନେଇ ସୂଚନା ସାମ୍ନାକୁ ଆସିବା ପରେ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲାରେ ୨ ଲକ୍ଷରୁ ଅଧିକ ଭୋଟରଙ୍କ ନାଁ ସ୍ଥାନାନ୍ତରଣ କିମ୍ବା ବିଲୋପ ତାଲିକାରେ ଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏହାକୁ ନେଇ ସାଧାରଣ ଭୋଟରଙ୍କ ମଧ୍ୟରେ ମଧ୍ୟ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଅନେକ ଭୋଟର ନିଜ ନାମ ଭୋଟର ତାଲିକାରେ ରହିଛି କି ନାହିଁ ତାହା ଯାଞ୍ଚ କରିବାରେ ବ୍ୟସ୍ତ ଥିବାବେଳେ, ଅନ୍ୟପଟେ ଏହି ସଂଶୋଧନ ପ୍ରକ୍ରିୟାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠୁଛି।
ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ସରଗରମ ହୋଇଉଠିଛି। ବିଭିନ୍ନ ରାଜନୈତିକ ଦଳ ଏହାକୁ ଗୁରୁତ୍ୱର ସହ ନେଉଥିବାବେଳେ, ରାଜନୈତିକ ବିଶ୍ଳେଷକଙ୍କ ମତରେ ଏଭଳି ବୃହତ୍ ସଂଖ୍ୟାରେ ଭୋଟର ତାଲିକାରେ ପରିବର୍ତ୍ତନ ଆଗାମୀ ନିର୍ବାଚନର ଫଳାଫଳ ଉପରେ ପ୍ରଭାବ ପକାଇପାରେ। ବିଶେଷକରି ଯେଉଁ ବିଧାନସଭା ଓ ଲୋକସଭା ଆସନରେ ଜିତ-ହାରର ବ୍ୟବଧାନ ଅତି କମ୍ ରହିଥାଏ, ସେଠାରେ ଭୋଟର ସଂଖ୍ୟାର ଏଭଳି ପରିବର୍ତ୍ତନ ନିର୍ବାଚନୀ ସମୀକରଣକୁ ବଦଳାଇ ଦେଇପାରେ ବୋଲି ବିଶ୍ଳେଷକମାନେ ମତ ପ୍ରକାଶ କରିଛନ୍ତି।













Leave a Reply