ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଘୋଷଣା କଲେ ରାଜ୍ୟ ସରକାର; ୨୩ ଜିଲ୍ଲାର ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ ।

ଅକ୍ଷର ବ୍ୟୁରୋ: ସ୍ପେଶାଲ ଡେଭଲପମେଣ୍ଟ କାଉନସିଲକୁ ବଡ଼ ଅପଡେଟ୍ । ଘୋଷଣା ହେଲେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ । ରାଜ୍ୟ ସରକାର SDC ଘୋଷଣା କରିଛନ୍ତି । ରାଜ୍ୟ ୨୩ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଘୋଷଣା ହୋଇଛି । ରାଜ୍ୟ ସରକାର ଏକ ବିଜ୍ଞପ୍ତି ମାଧ୍ୟମରେ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷଙ୍କ ନାମ ଜାରି କରିଛନ୍ତି । ଅନୁଗୁଳ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ହୋଇଛନ୍ତି ବଶିଷ୍ଠ ନୟକ ଏବଂ ଉପାଧ୍ୟକ୍ଷ ହୋଇଛନ୍ତି ସୁରୁମଣି ଛତର । ବଲାଙ୍ଗିର ଜିଲ୍ଲାରେ ବଲ୍ଲଭ ଧରୁଆ (ଅଧ୍ୟକ୍ଷ) ଏବଂ ଜୟନ୍ତୀ ଭୋଇ (ଉପାଧ୍ୟକ୍ଷ), ବାଲେଶ୍ୱର ଜିଲ୍ଲାରେ ବିପିନ୍‌ ମାରାଣ୍ଡି (ଅଧ୍ୟକ୍ଷ) ଏବଂ ଝରଣା ସିଂ (ଉପାଧ୍ୟକ୍ଷ), ବରଗଡ଼ ଜିଲ୍ଲାରେ ଗୋବର୍ଦ୍ଧନ ଭୋଏ (ଅଧ୍ୟକ୍ଷ) ଏବଂ ତିଳତ୍ତୋମା ଭୁଏ (ଉପାଧ୍ୟକ୍ଷ), ବୌଦ୍ଧ ଜିଲ୍ଲାରେ ଡମରୁ ଧର କହଁର (ଅଧ୍ୟକ୍ଷ) ଏବଂ ଝରଣା ଜାନି (ଉପାଧ୍ୟକ୍ଷ), ଦେବଗଡ଼ ଜିଲ୍ଲାରେ ପ୍ରଶାନ୍ତ ବେହେରା (ଅଧ୍ୟକ୍ଷ) ଏବଂ ପ୍ରମିଳା କିଶାନ (ଉପାଧ୍ୟକ୍ଷ), ଢେଙ୍କାନାଳ ଜିଲ୍ଲାରେ ନାଉରି ସିଂ (ଅଧ୍ୟକ୍ଷ) ଏବଂ ସେବତୀ ଭୋଇ (ଉପାଧ୍ୟକ୍ଷ), ଗଜପତି ଜିଲ୍ଲାରେ କାମଦେବ ବଡ଼ନାୟକ (ଅଧ୍ୟକ୍ଷ) ଏବଂ ପଙ୍କଜିନୀ ଦଳାଇ (ଉପାଧ୍ୟକ୍ଷ), ଗଞ୍ଜାମ ଜିଲ୍ଲାରେ ନୀଳମାଧବ ପାତ୍ର (ଅଧ୍ୟକ୍ଷ) ଏବଂ ଲଳିତା ପ୍ରଧାନ (ଉପାଧ୍ୟକ୍ଷ) ।

ସେହିପରି ଯାଜପୁର ଜିଲ୍ଲାରେ ରାଜେନ୍ଦ୍ର କାନ୍ଦୁଲିଆ (ଅଧ୍ୟକ୍ଷ) ଏବଂ ଶାନି ଜରିକା (ଉପାଧ୍ୟକ୍ଷ), ଝାରସୁଗୁଡ଼ା ଜିଲ୍ଲାରେ ସାମଲ ନାଏକ (ଅଧ୍ୟକ୍ଷ) ଏବଂ ସଂଯୁକ୍ତା ଓରାମ (ଉପାଧ୍ୟକ୍ଷ), କଳାହାଣ୍ଡିରେ ବିଜୟ ଦିଶାରୀ (ଅଧ୍ୟକ୍ଷ) ଏବଂ ରୀନା ଭୋଇ (ଉପାଧ୍ୟକ୍ଷ), କନ୍ଧମାଳରେ ମାନଗୋବିନ୍ଦ ପ୍ରଧାନ (ଅଧ୍ୟକ୍ଷ) ଏବଂ କଳ୍ପନା କହଁର (ଉପାଧ୍ୟକ୍ଷ), କେନ୍ଦୁଝର ଜିଲ୍ଲାରେ ମମିତା ନାଏକ (ଅଧ୍ୟକ୍ଷ) ଏବଂ ମାନସ ନାଏକ (ଉପାଧ୍ୟକ୍ଷ) , କୋରାପୁଟରେ ଭଗବାନ ମୁଦୁଲି (ଅଧ୍ୟକ୍ଷ) ଏବଂ ସୁକାନ୍ତି ମାଝୀ (ଉପାଧ୍ୟକ୍ଷ), ମାଲକାନଗିରିରେ ଗଙ୍ଗାଧର ସୋଡ଼ି (ଅଧ୍ୟକ୍ଷ) ଏବଂ ସାବିତ୍ରୀ ପଡ଼ିଆମି (ଉପାଧ୍ୟକ୍ଷ), ମୟୂରଭଞ୍ଜରେ ବୁଧାନ ମୁର୍ମୁ (ଅଧ୍ୟକ୍ଷ) ଏବଂ କୌଶଲ୍ୟା ନାଏକ (ଉପାଧ୍ୟକ୍ଷ), ନବରଙ୍ଗପୁରରେ ବାସନ୍ତୀ ମାଝି (ଅଧ୍ୟକ୍ଷ) ଏବଂ ଲିଙ୍ଗରାଜ ଭତ୍ରା (ଉପାଧ୍ୟକ୍ଷ), ନୟାଗଡ଼ ଜିଲ୍ଲାରେ ତ୍ରିନାଥ ମଲ୍ଲିକ (ଅଧ୍ୟକ୍ଷ) ଏବଂ ସମିତା ଦେହୁରୀ (ଉପାଧ୍ୟକ୍ଷ), ନୂଆପଡ଼ାରେ ହୋମେସିଂ ମାଝୀ (ଅଧ୍ୟକ୍ଷ) ଏବଂ ବେଲାମତି ମାଝୀ (ଉପାଧ୍ୟକ୍ଷ), ରାୟଗଡ଼ାରେ ବିଦ୍ୟାଧର ଶବର (ଅଧ୍ୟକ୍ଷ) ଏବଂ ମଞ୍ଜୁଳା ମିନିଆକା (ଉପାଧ୍ୟକ୍ଷ) ସମ୍ବଲପୁରରେ ଭଗିନ୍ଦ୍ର କିଶାନ (ଅଧ୍ୟକ୍ଷ) ଏବଂ ସୁଷମା ମୁଣ୍ଡା (ଉପାଧ୍ୟକ୍ଷ) । ସେହିପରି ସୁନ୍ଦରଗଡ଼ ଜିଲ୍ଲାରେ ସନ୍ତୋଷ ଅମାତ ଅଧ୍ୟକ୍ଷ ହୋଇଥିବା ବେଳେ ଗାଙ୍ଗି କିଣ୍ଡୋଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial