ଇସ୍କନର ଅଦିନିଆ ରଥଯାତ୍ରାକୁ ତୀବ୍ର ବିରୋଧ; ରଥଯାତ୍ରା କଲେ ଆଇନର ଆଶ୍ରୟ ନିଆଯିବ ବୋଲି ଗଜପତି ଦିବ୍ୟସିଂହ ଦେବଙ୍କ ଚେତାବନୀ । 

ଅକ୍ଷର ବ୍ୟୁରୋ: ଇସ୍କନର ଅଦିନିଆ ରଥଯାତ୍ରାକୁ ତୀବ୍ର ବିରୋଧ କରି ଗଜପତି ମହାରାଜଙ୍କ କଡା ଚେତାବନୀ । ଏସମ୍ପର୍କରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଐକ୍ୟ ସ୍ଥାପନା ମଣ୍ଡଳୀ ବୈଠକରେ ଗଜପତି ମହାରାଜା ଦିବ୍ୟ ସିଂ ଦେବ ଗୁରୁତ୍ୱପୂର୍ଣ୍ଣ ମତ ପ୍ରକାଶ କରିଛନ୍ତି । ପ୍ରଶାସନ ଓ ସରକାରଙ୍କର ଚେଷ୍ଟା ବିଫଳ ହେଲେ ନିଆଯିବ ଆଇନର ଆଶ୍ରୟ । ଇସ୍କନ ସଂସ୍ଥା ଶ୍ରୀକ୍ଷେତ୍ର ବା ମୂଳ ପୀଠ ପରମ୍ପରାର ବ୍ୟତିକ୍ରମ କରୁଛନ୍ତି । ଆସନ୍ତା ଡ଼ିସେମ୍ବର ସୁଦ୍ଧା ଇସ୍କନ୍ ପକ୍ଷରୁ ବିଶ୍ଵର ବିଭିନ୍ନ ସ୍ଥାନରେ ୮୦ଟି ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ଆମେରିକା ପରେ କାନାଡ଼ା, ୟୁରୋପ, ଅଷ୍ଟ୍ରେଲିଆ, ନିୟୁଜଲ୍ୟାଣ୍ଡ, ଆଫ୍ରିକା, ରୁଷିଆରେ ରଥଯାତ୍ରା କରିବାକୁ ଯୋଜନା କରିଛି ଇସ୍କନ ।

ଗଜପତି ଦିବ୍ୟସିଂହ ଦେବ ବ୍ୟକ୍ତିଗତ ଭାବେ ଦୁଇ ଦିନ ତଳେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ଇସ୍କନର ଅଦିନିଆ ରଥଯାତ୍ରା ନେଇ ରାଜ୍ୟ ବ୍ୟାପୀ ଜନ ସଚେତନତା ସୃଷ୍ଟି କରାଯିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସଂସ୍କୃତି ଓ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହ ଆଲୋଚନା କରିବ । ଇସ୍କନ୍ ମାୟାପୁର୍ କର୍ତ୍ତୃପକ୍ଷଙ୍କୁ ପୁର୍ନବାର ଚିଠି ଲେଖାଯିବ । ସବୁ ପ୍ରକାର ପଦକ୍ଷେପ ନେବା ସତ୍ତ୍ୱେ ଇସ୍କନ କର୍ତ୍ତୃପକ୍ଷ ଅଦିନିଆ ରଥଯାତ୍ରା କଲେ ଆଇନର ଆଶ୍ରୟ ନିଆଯିବ ବୋଲି ଗଜପତି ଦିବ୍ୟସିଂହ ଦେବ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)