କ୍ୟାବିନେଟ ବୈଠକରେ ସଂରକ୍ଷଣ ପ୍ରସ୍ତାବକୁ ମୋହର; ପଛୁଆ ବର୍ଗର ଛାତ୍ରଛାତ୍ରୀମାନେ ପାଇବେ ୧୧.୨୫% ସଂରକ୍ଷଣ ।

ଅକ୍ଷର ବ୍ୟୁରୋ: କ୍ୟାବିନେଟ ବୈଠକରେ ସଂରକ୍ଷଣ ପ୍ରସ୍ତାବକୁ ମୋହର ପରେ ପ୍ରତିକ୍ରିୟା ରଖିଛନ୍ତି ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ କହିଛନ୍ତି ଚଳିତ ଶିକ୍ଷା ବର୍ଷରୁ ଉଚ୍ଚଶିକ୍ଷାରେ ଯଦିଓ ଶିକ୍ଷା ବର୍ଷ ଆରମ୍ଭ ହୋଇଯାଇଛି । କ୍ୟାବିନେଟ ନିଷ୍ପତ୍ତି ଅନୁଯାଇ ସଂରକ୍ଷଣ ଲାଗୁ କରିବାକୁ ସରକାର ପଦକ୍ଷେପ ଗ୍ରହଣ କରିବେ । ଓଡ଼ିଶାର ମେଡ଼ିକାଲ, ଇଞ୍ଜିନିୟରିଂ, ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମରେ ନାମଲେଖା ପାଇଁ ସଂରକ୍ଷଣ ନୀତିରେ ରାଜ୍ୟ କ୍ୟାବିନେଟ ବଡ଼ ନିଷ୍ପତ୍ତି ନେଇଛି ।

ରାଜ୍ୟର ଅନୁସୂଚିତ ଜନଜାତି ୨୨.୫୦% , ଅନୁସୂଚିତ ଜାତି ୧୬.୨୫% ଏବଂ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗ ଛାତ୍ରଛାତ୍ରୀମାନେ ୧୧.୨୫% ସଂରକ୍ଷଣ ପାଇବେ । ଆମ ସରକାର ଆସିଲା ପରେ ଏସସି, ଏସଟି ଏବଂ ଓବିସି ଛାତ୍ରଛାତ୍ରୀ ମେଡିକାଲ ଏବଂ ଅନନ୍ୟା ପ୍ରଯୁକ୍ତି ବିଦ୍ୟାରେ ନାଁ ଲେଖାଇବା ପାଇଁ ସଂରକ୍ଷଣ ବ୍ୟବସ୍ଥା ହୋଇଛି । ଚାକିରି ଓ ପାଠ ପଢ଼ାରେ ମଧ୍ୟ ସଂରକ୍ଷଣ ବ୍ୟବସ୍ଥା ହୋଇଛି । ସିଟ ସଂଖ୍ୟା ବି ବଢିବ । ଗତ ସରକାର ଏସଟି, ଏସସି ଓ ଓବିସିଙ୍କ ଅଧିକାର କ୍ଷୁର୍ଣ୍ଣ କରିଥିଲେ । ଏହାକୁ ଲାଗୁ କରିବାରେ ବିଫଳ ହୋଇଥିଲେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)