ରାଜଧାନୀର ଘରୋଇ ଇଞ୍ଜନିୟରିଂ କଲେଜ ହଷ୍ଟେଲରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର !

ଅକ୍ଷର ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ଇଞ୍ଜନିୟରିଂ କଲେଜ ହଷ୍ଟେଲରେ ଅଘଟଣ । ବେକରେ ରଶି ଲଗାଇ ଝୁଲିପଡିଲେ ବିଟେକ୍ ଛାତ୍ର । ହଷ୍ଟେଲରୁ ଉଦ୍ଧାର ହୋଇଛି ଛାତ୍ରଙ୍କ ଝୁଲନ୍ତା ମୃତଦେହ । ମୃତ ଛାତ୍ର ଜଣକ ଜଗତସିଂହପୁର ଜିଲ୍ଲାର ବିଶ୍ବାସ ସ୍ବାଇଁ ବୋଲି ଜଣାପଡିଛି । ସେପଟେ ଏହି ଘଟଣାକୁ ନେଇ ହଷ୍ଟେଲ କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇଛି । ତେବେ ମୃତ ଛାତ୍ରକୁ କଲେଜରେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଥିବା ବେଳେ ଏନେଇ ଜଣେ ସିନିୟର୍ ଛାତ୍ରଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଏହାକୁ ନେଇ ଗତକାଲି ବିଳମ୍ବିତ ରାତି ଯାଏଁ କଲେଜ୍ ପରିସରରେ ପ୍ରବଳ ଉତ୍ତେଜନା ଲାଗି ରହିଥିଲା । ଏଥିସହ ଘଟଣାସ୍ଥଳରେ ୨ ପ୍ଳାଟୁନ୍ ପୋଲିସ ଫୋର୍ସ ମୁତୟନ ହେବା ସହ ଘଟଣାର ତଦନ୍ତ କରୁଛି ପୋଲିସ୍ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)