ଅକ୍ଷର ବ୍ୟୁରୋ: ପେଟ୍ରୋଲ, ଡିଜେଲର ସଙ୍କଟ ନେଇ ପ୍ରତିକ୍ରିୟା ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି, ‘ରାଜ୍ୟରେ ପେଟ୍ରୋଲ, ଡିଜେଲର କୌଣସି ଅଭାବ ନାହିଁ । ପର୍ଯ୍ୟାପ୍ତ ପରିମାଣର ତୈଳ ମହଜୁଦ୍ ଅଛି । ଆଗକୁ ୧୩ ଦିନ ଯାଏଁ ତେଲ ଷ୍ଟକ ରହିଛି । ସାଧାରଣ ଲୋକ ଆତଙ୍କିତ ହୋଇ ପେଟ୍ରୋଲ ଡିଜେଲ କିଣୁଛନ୍ତି । ବୋତଲ, ଡବାରେ ତେଲ ସଂରକ୍ଷଣ କରି ରଖୁଛନ୍ତି । ଆବଶ୍ୟକତାଠୁ ଅଧିକ ତେଲ କିଣୁଛନ୍ତି । ତେଣୁ ପେଟ୍ରୋଲ ପମ୍ପ ଭିଡ଼ ବଢ଼ୁଛି । ତେଣୁ ଆତଙ୍କିତ ହୋଇ ତେଲ ନକିଣିବାକୁ ପରାମର୍ଶ ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ।
ମନ୍ତ୍ରୀ ଆହୁରି କହିଛନ୍ତି, ଲୋକଙ୍କ ଭିଡ଼ ଯୋଗୁ ୫୦ ପ୍ରତିଶତ ଚାହିଦା ବଢିଛି । ଲୋକଙ୍କୁ ନିବେଦନ ପ୍ୟାନିକ ହୁଅନ୍ତୁ ନାହିଁ । ଜାରକିନ ଆଣି ଟାଙ୍କିରେ ଭିଡ଼ କରନ୍ତୁ ନାହିଁ ବୋଲି ମନ୍ତ୍ରୀ ସାଧାରଣଲୋକଙ୍କୁ ନିବେଦନ କରିଛନ୍ତି । ଡଲାରରେ ସୁନା, ତୈଳ ବାହାର ଦେଶରୁ କିଣା ଯାଉଥିବାରୁ ଡଲାର ଅଧିକ ସୁଦୃଢ ହେଉଛି । ତେଣୁ ଅର୍ଥନୀତିକୁ ସଜାଡ଼ିବା ପାଇଁ ପ୍ରଧାନମନ୍ତ୍ରୀ ତେଲ କମ ବ୍ୟବହାର ପାଇଁ କହିଥିଲେ । ଏହାକୁ ନେଇ ତେଲ ଆଗକୁ ମିଳିବ ନାହିଁ ବୋଲି ଭୁଲ ମେସେଜ ଯାଇଛି । ଏହି ଗୁଜବ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ । ଆହୁରି ମଧ୍ୟ ତୈଳ କଳାବଜାରୀ ରୋକିବାକୁ ଚଢ଼ାଉ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ସ୍ଥଳରେ ଚଢ଼ାଉ କରି ତେଳ ଜବତ କରିବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି ।












Leave a Reply