LPG କଳାବଜାରୀ ଉପରେ ରୋକ୍ ଲଗାଇବା ପାଇଁ ଯୋଗାଣ ବିଭାଗ, ପ୍ରଶାସନ ଏବଂ ପୋଲିସର ମିଳିତ ଚଢ଼ାଉ ।

ଅକ୍ଷର ବ୍ୟୁରୋ: LPG କଳାବଜାରୀ ଉପରେ ରୋକ୍ ଲଗାଇବା ପାଇଁ ଯୋଗାଣ ବିଭାଗ, ତହସିଲ ପ୍ରଶାସନ ଏବଂ ପୋଲିସର ମିଳିତ ଚଢ଼ାଉ । ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରେ ବିଭିନ୍ନ ହୋଟେଲରେ ଚଢ଼ାଉ କରିଛି । ଚଢ଼ାଉ ବେଳେ ୧୪ ଟି ଘରୋଇ ଗ୍ୟାସ ସିଲିଣ୍ତର ଜବତ ହୋଇଛି । ଗେଷ୍ଟ ହାଉସ, ହୋଟେଲ ସମତେ ବିଭିନ୍ନ ହୋଟେଲ, ଫାଷ୍ଟଫୁଡ଼ ଦୋକାନରେ ଏହି ରେଡ୍‌ କରାଯାଇଥିଲା । ୧୪ଟି ସିଲିଣ୍ଡର ଜବତ ହୋଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି । ସେପଟେ ଢେଙ୍କାନାଳ ସହରରେ ଗ୍ୟାସ୍ କଳାବଜାରୀ ନେଇ ଚଢ଼ାଉ ହୋଇଛି । ଉପଜିଲ୍ଲାପାଳ ଏବଂ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଯୁଗ୍ମ ଟିମ ସହରର ବିଭିନ୍ନ ସ୍ଥାନରେ ଗ୍ୟାସ ଆଉଟଲେଟ୍ ଗୁଡିକରେ ଚଢ଼ାଉ କରିଛି । ଶାସନ ଛକ ନିକଟରେ ଥିବା ଏକ ଗ୍ୟାସ ଦୋକାନ ଯାଞ୍ଚ ସମୟରେ ୨୭ଟି ଗ୍ୟାସ ସିଲିଣ୍ଡର ଜବତ ହୋଇଛି ।

୩ଟି କମର୍ସିଲ ଓ ୨୪ଟି ଘରୋଇ ବ୍ୟବହାର ସିଲିଣ୍ଡର ମିଳିଛି । ଏହା ଏକ ଗ୍ୟାସ ଚୁଲା ବିକ୍ରି ଓ ମରାମତି ଦୋକାନ ହୋଇଥିବା ବେଳେ ଏତେ ପରିମାଣର ସିଲିଣ୍ଡର କେଉଁଠୁ ଓ କିପରି ଆସିଲା, ତାକୁ ନେଇ ପଚରାଉଚରା କରାଯାଉଛି । ଅନ୍ୟପଟେ ପୁରୀରେ ଗ୍ୟାସ ସିଲିଣ୍ଡର ବେଆଇନ୍ ମହଜୁଦ୍ ରଖିବାକୁ ନେଇ ଚଢ଼ାଉ । ଜିଲ୍ଲା ଯୋଗାଣ ବିଭାଗ ଏବଂ ସଦର ଥାନା ପୋଲିସ ମିଳିତ ଚଢ଼ାଉ କରିଛନ୍ତି । ଜବତ ହୋଇଛି ୮୭ଟି ସିଲିଣ୍ଡର୍ । ଯେଉଁଥିରେ ରହିଛି ୩୫ଟି ଘରୋଇ ଗ୍ୟାସ୍, ୨ଟି ବାଣିଜ୍ୟିକ ଗ୍ୟାସ୍, ୫ କିଲୋ ଗ୍ୟାସ୍ ୪୫ଟି । ପୁରୀ ବାଟମଙ୍ଗଳା ନିକଟରେ ଗୋଟିଏ ଗ୍ୟାସ୍ ଚୁଲା ବିକ୍ରି ଓ ମରାମତି ଦୋକାନରେ ଚଢାଉ କରିଥିଲା ପୁଲିସ । ବାଟମଙ୍ଗଳା ନାରାୟଣ ସୁଜୁକି ସମ୍ମୁଖରେ ରହିଥିବା ଦୋକାନରେ ଚଢ଼ାଉ କରି ଏହି ସିଲିଣ୍ଡର୍ ସବୁକୁ ଜବତ କରିଛି ପୁଲିସ । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)