ଅକ୍ଷର ବ୍ୟୁରୋ: ଭୁବନେଶ୍ୱରରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ । ପାହାଳ ଥାନା ଅଞ୍ଚଳର ଏକ ଭଡ଼ା ଘର ଭିତରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ପୋଲିସ ମୃତଦେହକୁ ଉଦ୍ଧାର କରିଛି । ପରେ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି । ମୃତ ଯୁବତୀଙ୍କ ନାଁ ଗୋଲଡି ଓରଫ ମନୀଷା ବୋଲି ଜଣାପଡ଼ିଛି । ଏହି ଘଟଣା ପରେ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ପରିବାର ଲୋକେ ଭୁବନେଶ୍ୱର ପହଞ୍ଚିଛନ୍ତି । ତେବେ ମନୀଷା କଣ ପାଇଁ ଏଭଳି ନିଷ୍ପତ୍ତି ନେଲେ । ତାଙ୍କ ଆତ୍ମହତ୍ୟା ପଛରେ କଣ ରହସ୍ୟ ଲୁଚି ରହିଛି । ତାକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ଭଡ଼ା ଘରକୁ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଛି । ମନୀଷା ମୋବାଇଲ ଜବତ ହୋଇଥିବା ବେଳେ ଆଗକୁ କଲ ରେକର୍ଡ ଯାଞ୍ଚ ହୋଇପାରେ ।
ଭୁବନେଶ୍ୱରରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ; ଭଡ଼ା ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର କଲା ପୋଲିସ୍ ।












Leave a Reply