ଥାନା ଭିତରେ ମା’ପୁଅଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ ଘଟଣାରେ କାର୍ଯ୍ୟାନୁଷ୍ଠାନ; ତାଳଚୁଆ ସାମୁଦ୍ରିକ ଥାନା ଆଇଆଇସି ସଂଧ୍ୟାରାଣୀ ଜେନା ସସପେଣ୍ଡ୍ ।

ଅକ୍ଷର ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲା ପାଇଖାନା ଭିତରେ ମା’ପୁଅଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ ଘଟଣାରେ କାର୍ଯ୍ୟାନୁଷ୍ଠାନ । ତାଳଚୁଆ ସାମୁଦ୍ରିକ ଥାନା ଆଇଆଇସି ସସପେଣ୍ଡ୍ । ଆଇଆଇସି ସଂଧ୍ୟାରାଣୀ ଜେନାଙ୍କୁ ନିଲମ୍ବନ କରିଛନ୍ତି ପୋଲିସ ଡିଜି । ସୂଚନା ଅନୁସାରେ, ପାରିବାରିକ କଳହକୁ ନେଇ ମାଆ ଓ ପୁଅ ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ । କିନ୍ତୁ ଏତଲା ନରଖି ବର୍ବରକାଣ୍ଡ ଭିଆଇଥିଲେ ଆଇଆଇସି ।ମାଆଙ୍କୁ ଅର୍ଦ୍ଧଉଲଗ୍ନ କରି ସର୍ବସମ୍ମୁଖରେ ପିଟିବା ସହିତ ପୁଅର ତଣ୍ଟି ଚିପି ଜୀବନରୁ ମାରି ଦେବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଥିଲା । ଦୀର୍ଘ ୬ ଘଣ୍ଟା କାଳ ଥାନା ଭିତରେ ମାଆ ପୁଅଙ୍କ ଉପରେ ଥାର୍ଡ ଡିଗ୍ରୀ ପ୍ରୟୋଗ କରାଯିବା ପରେ ଛଡ଼ାଯାଇଥିଲା । ଏନେଇ ପଟ୍ଟାମୁଣ୍ଡାଇ SDPOଙ୍କ ନିକଟରେ ଆଇଆଇସି ଓ ହାବିଲଦାରଙ୍କ ନାଁରେ ଅଭିଯୋଗ କରିଥିଲେ ମାଆ ପୁଅ । ଏହାପରେ ଘଟଣାର ସତ୍ୟାସତ୍ୟ ଜାଣି ପୋଲିସ ଡିଜି ଆଇଆଇସି ସଂଧ୍ୟାରାଣୀ ଜେନାଙ୍କୁ ସସପେଣ୍ଡ୍ କରିଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)