ଦ୍ୱାରାଶୁଣି ଘାଟିରେ ଭୟଙ୍କର ସଡ଼କ ଦୁର୍ଘଟଣା, କାର ଉପରେ ଓଲଟିଲା କାଠ ବୋଝେଇ ଟ୍ରକ

ଅକ୍ଷର ବ୍ୟୁରୋ: ମୟୁରଭଞ୍ଜ ଜିଲ୍ଲା ଦ୍ୱାରାଶୁଣି ଘାଟି ୪୯ ନମ୍ବର ଜାତୀୟ ରାଜପଥରେ କାର ଉପରେ ଓଲଟିଲା କାଠ ବୋଝେଇ ଟ୍ରକ l ଦୀର୍ଘ ୩ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଉଦ୍ଧାର ହେଲେ ଡ୍ରାଇଭର ଓ ଯାତ୍ରୀ । ଚାରି ଜଣ ଯୁବକ କାର ଯୋଗେ କୋଲକାତାରୁ ଝାଡ଼ଖଣ୍ଡ ଜଗନ୍ନାଥପୁର ଥାନା ଜୟନ୍ତଗଡ଼ ଅଞ୍ଚଳ ଫେରୁଥିଲା ବୋଲି ଦୁର୍ଘଟଣା ଘଟିଥିଲା l ସେହି ସମୟରେ ବିପରୀତ ଦିଗରୁ ଆସୁଥିବା କାଠ ବୋଝେଇ ଟ୍ରକଟି ଏକ ଟ୍ରକକୁ ଓଭରଟେକ କରୁଥୁବା ସମୟରେ ନିୟନ୍ତ୍ରିତ ହରାଇ କାର ଉପରେ ଓଲଟି ପଡିଥିଲା lସୂଚନା ପାଇ ବାଙ୍ଗିରିପୋଷି ପୋଲିସ ଅଗ୍ନିଶମ ବିଭାଗର ସାହାଯ୍ୟରେ ଆହତଙ୍କୁ ଉଦ୍ଧାର କରି ବାଙ୍ଗିରିପୋଷି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିବା ସହିତ କ୍ରେନ ଯୋଗେ କାଠ ଗଣ୍ଡି ଓ ଦୁର୍ଘଟଣା ଗ୍ରସ୍ଥ ଗାଡିକୁ ସାଇଡ କରି ଗାଡି ଚଳାଚଳ ସ୍ୱାଭାବିକ କରିଥିଲା |

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)