ଅକ୍ଷର ବ୍ୟୁରୋ: ମାଲକାନଗିରିରେ ପୁଣି ବଢ଼ିଲା ଇଣ୍ଟରନେଟ କଟକଣା । ଆଜି ରାତି ୧୨ଟା ପର୍ଯ୍ୟନ୍ତ ବଢିଛି କଟକଣା । ଚତୁର୍ଥ ଥର ପାଇଁ କଟକଣା ବୃଦ୍ଧି କରିଛି ପ୍ରଶାସନ । ମାଲକାନଗିରି ଜିଲ୍ଲା ଏମଭି ୨୬ରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାକୁ ଜୋରଦାର ପ୍ରୟାସ ଚାଲିଛି । ଶାନ୍ତି ଫେରାଇ ଆଣିବାକୁ ସବୁ ଉଦ୍ୟମ ହେଉଛି । ଏମଭି ୨୬ ଗାଁ ରେ ୨୦ କମ୍ପାନୀ ସିଆରପିଏଫ ଯବାନ ମୁତୟନ ରହିଥିବା ବେଳେ ସେଠାରେ ପହଞ୍ଚିଛନ୍ତି ରାପିଡ ଆକ୍ସନ ଫୋର୍ସ । ଗତକାଲି ଉପ-ମୁଖ୍ୟମନ୍ତ୍ରୀ କେ ଭି ସିଂଦେଓ ଗ୍ରାଉଣ୍ଡଜିରୋରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ସମୀକ୍ଷା ବୈଠକ କରିଥିଲେ । ପରେ ଉଭୟ ଆଦିବାସୀ ଓ ବଙ୍ଗାଳୀ ସଂପ୍ରଦାୟର ପ୍ରତିନିଧି ମାନଙ୍କୁ ଭେଟିଥିଲେ । ସେମାନଙ୍କ ସହ ପୃଥକ ପୃଥକ ଭାବେ ଆଲୋଚନା କରିବା ସହ ଦାବି ପତ୍ର ଗ୍ରହଣ କରିଥିଲେ ଉପ-ମୁଖ୍ୟମନ୍ତ୍ରୀ । ଅଞ୍ଚଳରେ ଶାନ୍ତି ଫେରାଇ ଆଣିବା ଲାଗି ଉଭୟ ପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ । ଆସନ୍ତା ୧୪ରୁ ୧୮ ଯାଏଁ ହେବାକୁ ଥିବା ମାଲ୍ୟବନ୍ତ ଉତ୍ସବକୁ ବନ୍ଦ ରଖାଯାଇଛି ।
ମାଲକାନଗିରିରେ ପୁଣି ବଢ଼ିଲା ଇଣ୍ଟରନେଟ କଟକଣା; ଆଜି ରାତି ୧୨ଟା ପର୍ଯ୍ୟନ୍ତ କଟକଣା ବୃଦ୍ଧି କରିଛି ପ୍ରଶାସନ ।












Leave a Reply