ଚୌଦ୍ୱାର ଜେଲ୍‌କୁ ଫେରିଲା ଦୁର୍ଦ୍ଦାନ୍ତ ବିହାରୀ ଅପରାଧୀ ରାଜା ସାହାଣୀ ।

ଅକ୍ଷର ବ୍ୟୁରୋ: ଚୌଦ୍ୱାର ଜେଲ୍‌କୁ ଫେରିଲା ଦୁର୍ଦ୍ଦାନ୍ତ ବିହାରୀ ଅପରାଧୀ ରାଜା ସାହାଣୀ । ରିମାଣ୍ଡ ଅବଧି ଶେଷ ପରେ ଆଜି କଟକ ଜେଏମ୍ଏଫ୍ସି କୋର୍ଟରେ ରାଜାକୁ ହାଜାର କରିଥିଲା କର୍ଣ୍ଣାଟକ ମହୀଶୂର ପୋଲିସ । ପରେ କଡା ସୁରକ୍ଷା ବଳୟ ଭିତରେ ଉଭୟ କର୍ଣ୍ଣାଟକ ଓ କମିଶନରେଟ୍ ପୋଲିସର ସ୍ୱତନ୍ତ୍ର ଟିମ୍ ଚୌଦ୍ଵାର ଜେଲ ନେଇ ଛାଡ଼ିଛନ୍ତି ।

ସୂଚନା ଅନୁଯାଇ ଚୌଦ୍ୱାର ଜେଲ୍ ରୁ ଫେରାର୍ ହୋଇ ଡିସେମ୍ବର ମାସ ୨୮ ତାରିଖରେ କର୍ଣ୍ଣାଟକ ମହୀଶୂର ଜିଲ୍ଲାର ହୁନସୁର ସହରରେ ଥିବା ଏକ ଗହଣା ଦୋକାନରେ କଳାକନା ବୁଲାଇଥିବା ବିହାରୀ ଅପରାଧୀ ରାଜା ସାହାଣୀ । ଏଥିରେ ୮ କେଜି ୩ଶହ ଗ୍ରାମ୍ ର ସୁନା ଓ କୋଟିଏରୁ ଅଧିକ ଟଙ୍କାର ହୀରା ଲୁଟ୍ କରିନେଇଥିଲେ । ଗହଣା ଦୋକାନ ଲୁଟ୍ ମାମଲାରେ ଅଭିଯୁକ୍ତକୁ ଜେରା କରିବା ପାଇଁ କର୍ଣ୍ଣାଟକ ମହୀଶୂର ପୋଲିସ କଟକ ଜେଏମ୍ଏଫ୍‌ସି-୧ କୋର୍ଟ ଅନୁମତି ପ୍ରଦାନ କରିଥିଲେ । ଏପ୍ରିଲ ୯ ତାରିଖରେ ରାଜା ସାହାଣୀଙ୍କୁ ୭ ଦିନିଆ ରିମାଣ୍ଡ ନେଇ ଜେରା କରିଥିଲା ମହୀଶୂର ପୋଲିସ । ଗହଣା ଲୁଟ୍ ଘଟଣା ରାଜାଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓଗାଳିଛି ପୋଲିସ । ତେବେ ଗତକାଲି ତାର ରିମାଣ୍ଡ ଅବଧି ସରିଥିବା ବେଳେ ମହୀଶୂର ପୋଲିସ ଆଜି କଟକ ଜେଏମ୍ଏଫ୍‌ସି-୧ କୋର୍ଟ କଡ଼ା ସୁରକ୍ଷା ଭିତରେ ହାଜର କରିଥିଲା । ସେଠାରୁ ରାଜା ସାହାଣୀଙ୍କୁ ଚୌଦ୍ୱାର ଜେଲକୁ ପଠାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)