ଆସନ୍ତାକାଲିଠୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ; ୪ଲକ୍ଷ ୧ହଜାର ୬୨୩ ଜଣ ପରୀକ୍ଷାର୍ଥୀ ଦେବେ ପରୀକ୍ଷା ।

ଅକ୍ଷର ବ୍ୟୁରୋ: ଆସନ୍ତାକାଲିଠୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ । ଚଳିତ ବର୍ଷ ରାଜ୍ୟରେ ମୋଟ ୪ଲକ୍ଷ ୧ହଜାର ୬୨୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଏଥିରେ ରେଗୁଲାରରେ ୩ ଲକ୍ଷ ୭୬ ହଜାର ୫୩୫ ଓ ଏକ୍ସ-ରେଗୁଲାରରେ ୨୫ ହଜାର ୮୮ ଜଣ ଛାତ୍ରଛାତ୍ରୀ ଅଛନ୍ତି । ରାଜ୍ୟର ୨୧୧ଟି ପରୀକ୍ଷା ହବ୍‌କୁ କଡା ସୁରକ୍ଷା ବଳୟ ମଧ୍ୟରେ ପ୍ରଶ୍ନପତ୍ର ପହଞ୍ଚାଇ ଦିଆଯାଇଛି । ଆସନ୍ତାକାଲି ମୋଟ ୧୩୬୪ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେବ । କପି ରୋକିବା ସହ ନକଲମୁକ୍ତ ପରୀକ୍ଷା ପାଇଁ ୫ଟି ସ୍ତରରେ ୧୦୨ଟି ସ୍କ୍ୱାର୍ଡ ଟିମ୍‌ ଗଠନ କରାଯାଇଛି, ଯେଉଁମାନେ ହଠାତ୍ ପରୀକ୍ଷା କେନ୍ଦ୍ର ପହଞ୍ଚି ଯାଞ୍ଚ କରିବେ । ଏଥର ପ୍ରଥମ ଥର ପାଇଁ GPS ବ୍ୟବସ୍ଥାରେ ପ୍ରଶ୍ନପତ୍ର ଓ ଉତ୍ତରଖାତା ପଠାଯାଇଛି । ସମସ୍ତ ହବ୍‌ରେ 24×7 ଲାଇଭ୍‌ ଷ୍ଟ୍ରିମିଙ୍ଗ ବ୍ୟବସ୍ଥା କରାଯାଇଛି । ଏହାର ସିଧାସଳଖ ନିୟନ୍ତ୍ରଣ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରେ ରହିଛି, ଯାହା ମାଧ୍ୟମରେ ପରୀକ୍ଷା ପ୍ରକ୍ରିୟାକୁ ତଦାରଖ କରିହେବ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)