ଅକ୍ଷର ବ୍ୟୁରୋ: ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଅଭାବକୁ ନେଇ ପ୍ରତିକ୍ରିୟା ରଖିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ‘ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ । ସଫିସେଣ୍ଟ ମହଜୁଦ୍ ରହିଛି । ରାଜ୍ୟ ସହ ଦେଶରେ ମଧ୍ୟ ଯଥେଷ୍ଟ ମହଜୁଦ ରହିଛି । ଟାଙ୍କି କେଉଁଠି ବି ବନ୍ଦ ନାହିଁ । ସବୁଠାରେ ଖୋଲା ଅଛି ମୁଁ ସ୍ଥିତି ଉପରେ ନଜର ରଖିଛି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି’ । କୌଣସି ଟାଙ୍କି ବନ୍ଦ ପାଇଁ ଯୋଗାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ହୋଇନାହିଁ । ଯାହାର ଯେତେ ତେଲର ଆବଶ୍ୟକ ନେଇ ପାରିବେ । କିନ୍ତୁ ଆମକୁ ତାକୁ ଟିକେ ନିୟନ୍ତ୍ରଣ କରିବାକୁ ହେବ । ପ୍ରଧାନମନ୍ତ୍ରୀ ଯାହା କହିଛନ୍ତି ତାହା ଭୁଲ୍ ବୁଝିବା ଉଚିତ୍ ନୁହେଁ । ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ପେଟ୍ରୋଲ ବ୍ୟବହାରରେ ନିୟନ୍ତ୍ରଣ ଆଣିବାକୁ ହେବ । ଆଗକୁ ହୁଏତ ପେଟ୍ରୋଲ ସମସ୍ୟା ଆସିପାରେ ଧୀରେ ଧୀରେ ଦର୍ ବୃଦ୍ଧି ପାଇପାରେ । ଗରିବ ଲୋକ ଯେମିତି ପ୍ରଭାବିତ ହେବେ ନାହିଁ ତାକୁ ଧ୍ୟାନ ଦିଆଯାଇ ସରକାର ନିଜେ ଅର୍ଥ ବହନ କରୁଛନ୍ତି । ଦେଶର ଅର୍ଥନୀତିକୁ ସଜାଡ଼ିବାକୁ ହେଲେ ସୁନା କିଣିବା କ୍ଷେତ୍ରରେ କିଛି ଦିନ ପାଇଁ ଅପିଲ କରାଯାଇଛି ।
ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ, ସଫିସେଣ୍ଟ ମହଜୁଦ୍ ରହିଛି; ପ୍ରତିକ୍ରିୟା ରଖିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।











Leave a Reply