ଓଡ଼ିଶାରେ ଏବେ କକ୍ରୋଚ୍‌ ଜନତା ପାର୍ଟିକୁ ନେଇ ଚର୍ଚ୍ଚା !

ଅକ୍ଷର ବ୍ୟୁରୋ: ଓଡ଼ିଶାରେ ଏବେ କକ୍ରୋଚ୍‌ ଜନତା ପାର୍ଟିକୁ ନେଇ ଚର୍ଚ୍ଚା । ଜାତୀୟସ୍ତରରେ କକ୍ରୋଚ୍‌ ଜନତା ପାର୍ଟିକୁ ନେଇ ହାଇଡ୍ରାମା ବଢିଥିବା ବେଳେ ଓଡ଼ିଶାରେ ଏହାର ଭିତ୍ତିଭୂମି ପଡିଛି । ସାମ୍ବାଦିକ ସମ୍ମିଳନୀରେ ଛାତ୍ରନେତା ବିଭୂତି ମହାପାତ୍ର କହିଛନ୍ତି, ମେଧାବୀ ଯୁବକ ଯୁବତୀଙ୍କୁ ଯଦି କକ୍ରୋଚ୍‌ କୁହାଯାଉଛି ସେଥିପାଇଁ ଆମେ ଗର୍ବିତ । ରାଜ୍ୟରେ ଏସ୍‌ଆଇ ପରୀକ୍ଷାରେ ଦୁର୍ନୀତି ହେଲା, ଏବେ ଏକ ଲକ୍ଷ ୫୬ ହାଜର କକ୍ରୋଚ୍ ଚାକିରି ଅପେକ୍ଷାରେ ରହିଛନ୍ତି । ଜିଆରଏସ୍‌ ଫର୍ମ ପକାଇ ୨ ଲକ୍ଷ ମେଧାବୀ ଯୁବବର୍ଗ ଚାକିରିକୁ ଅପେକ୍ଷା କରିଛନ୍ତି । ଏକାଧିକ ବିଭାଗରେ ଲକ୍ଷାଧିକ ଛାତ୍ରଛାତ୍ରୀ ଚାକିରି ଆଶାରେ ରହିଛନ୍ତି । ତେଣୁ ସରକାର ତୁରନ୍ତ ଚାକିରୀର ବିଜ୍ଞପ୍ତି ତାରିଖ ଘୋଷଣା କରନ୍ତୁ ନଚେତ ଆନ୍ଦୋଳନ ତାରିଖ ଘୋଷଣା କରନ୍ତୁ ବୋଲି ଚେତାବନୀ ଦେଇଛନ୍ତି । ଏହି ଦାବି ପୂରା ନହେଲେ ମେଧାବୀ ଯୁବବର୍ଗ ଅସରପା ଭଳି ଲୋକସେବା ଭବନ କାନ୍ଥକୁ ଅତିକ୍ରମ କରିବେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)