ବାଣ ବିସ୍ଫୋରଣରେ ଜଳିଗଲା ୩ ବଖରା ଘର, ଜଣେ ଗୁରୁତର

ଅକ୍ଷର ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତେରଗାଁ ପଞ୍ଚାୟତ ଓସ୍ତର ଗ୍ରାମରେ ବାଣ ବିସ୍ଫୋରଣରେ ୩ ବଖରା ଘର ଜଳିଯାଇଛି | ତେବେ ଏହି ଘଟଣାରେ ବିଳାସି ମଲ୍ଲିକ ନାମକ ବୃଦ୍ଧା ଗୁରୁତର ହୋଇଛନ୍ତି | ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗାଁର ଆନ୍ଦିକନ୍ଦ ମଲ୍ଲିକ ବେଆଇନ ଭାବେ ବାଣ ବ୍ୟବସାୟ କରିଥାନ୍ତି ବୋଲି ଅଭିଯୋଗ ହୋଇଛି | ତେବେ ଆଜି ଦିନ ପ୍ରାୟ ୩ଟା ସମୟରେ ତାଙ୍କ ଘର ମଧ୍ୟରେ ହଠାତ ବିସ୍ଫୋରଣ ହୋଇଥିଲା | ଘଟଣାସ୍ଥଳରେ ମାର୍ଶାଘାଇରୁ ଦମକଳ ଗାଡି ଆସି ନିଆଁକୁ ଆୟତ୍ତ କରିଥିବା ବେଳେ ମାର୍ଶାଘାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି |

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial