ରାଜ୍ୟରେ ହେବ ୩ ଅର୍ଥନୈତିକ ଜୋନ୍, ସୂଚନା ଦେଲେ ପରିବହନ ସଚିବ ଉଷା ପାଢ଼ୀ ।

ରାଜ୍ୟରେ ହେବ ୩ ଅର୍ଥନୈତିକ ଜୋନ୍ କହିଲେ ପରିବହନ ସଚିବ ଉଷା ପାଢ଼ୀ । ଭୁବନେଶ୍ୱର, ପୁରୀ, କଟକ, ଓ ପାରାଦୀପକୁ ମିଶାଇ ହେବ ଗୋଟିଏ ଜୋନ୍‌’ । କ୍ବାଡ୍ ସିଟି ପ୍ରୋଗ୍ରାମ ଜରିଆରେ ହେବ ଜୋନ୍‌, ପ୍ଲାନ୍ ରଖିଛନ୍ତି ସରକାର କହିଲେ ପରିବହନ ସଚିବ । ସୁନାବେଡ଼ା, କୋରାପୁଟ୍, ବରଗଡ଼, ସମ୍ବଲପୁରକୁ ନେଇ ହେବ ଅନ୍ୟ ଏକ ଜୋନ୍ । ଉତ୍ତରରେ ବି ରାଉରକେଲା, କେନ୍ଦୁଝର, ବଡ଼ବିଲକୁ ନେଇ ହେବ ୩ୟ ଜୋନ୍ । ରାଜ୍ୟର ଜିଡିପିରେ ପ୍ରମୁଖ ଦାୟିତ୍ବ ନେଇଥିବା ସହରମାନଙ୍କୁ ନେଇ ହେବ ଜୋନ୍ । କେବଳ ସହରାଞ୍ଚଳ ନୁହେଁ, ଅର୍ଥନୈତିକ କାରବାର ବୃଦ୍ଧି କରିବା ସରକାରଙ୍କ ଲକ୍ଷ୍ୟ ବୋଲି କହିଛନ୍ତି ଉଷା ପାଢ଼ୀ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)