ଅକ୍ଷର ବ୍ୟୁରୋ: ଆଜି ମୁସଲିମ ସଂପ୍ରଦାୟ ଲୋକଙ୍କ ତ୍ୟାଗର ପର୍ବ ‘ଇଦ୍-ଉଲ୍-ଜୁହା’ । ସାରା ଦେଶ ସମେତ ରାଜ୍ୟରେ ପାଳନ ହେଉଛି ମୁସଲିମ ଧର୍ମାବଲମ୍ବୀଙ୍କ ଏହି ପବିତ୍ର ପର୍ବ । ଏଥିପାଇଁ ଭାଇଚାରାର ସହର କଟକରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ପୋଲିସ ପର୍ଯ୍ୟନ୍ତ ଏବଂ କଟକବାସୀଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ସକାଳୁ ସକାଳୁ ବିଭିନ୍ନ ମସଜିଦରେ ସାମୂହିକ ନମାଜ ପାଠ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ସହରର ପ୍ରମୁଖ ମସଜିଦ ଗୁଡ଼ିକରେ ସ୍ୱତନ୍ତ୍ର ନମାଜ ପାଠର ଆୟୋଜନ କରାଯାଇଛି ।
ସେହିପରି କମଦ୍ରସୁଲ ମସଜିଦ୍ରେ ସକାଳ ୮ଟାରେ ଓ ସକାଳ ୯ଟାରେ ଦୁଇଥର ସମୂହ ନମାଜ ପାଠ ଓ ପ୍ରାର୍ଥନା କରାଯାଇଛି । ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ୨୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସହରର ଗଳିକନ୍ଦିରେ ପୋଲିସଙ୍କୁ ମୁତୟନ କରାଯାଇଛି । ଗତକାଲି କଟକରେ କମିଶନରେଟ ପୋଲିସ ପକ୍ଷରୁ ବିଭିନ୍ନ ଥାନା ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଆର୍ମଡ ପୋଲିସ ମଧ୍ୟ ମୁତୟନ କରାଯାଇଛି ।












Leave a Reply