ଆଜି କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ଝାମୁଯାତ୍ରା; ଏକ ମାସ ଧରି ଚାଲିଥିବା ଯାତ୍ରାର ଆଜି ହେବ ସମାପନ ।

ଅକ୍ଷର ବ୍ୟୁରୋ: ଆଜି କାକଟପୁର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳାଙ୍କ ପବିତ୍ର ଝାମୁଯାତ୍ରା । ଅଗ୍ନି ଗାଡ଼ରେ ଅଗ୍ନି ପରୀକ୍ଷା ଦେବେ ମାନସିକ ଧାରୀ । ଏକ ମାସ ଧରି ଚାଲିଥିବା ମାଆଙ୍କ ଝାମୁଯାତ୍ରା ସମାପନ ହେବ । ଚୈତ୍ର ମାସ ପ୍ରଥମ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ବୈଶାଖ ମାସ ପ୍ରଥମ ମଙ୍ଗଳବାରରେ ଶେଷ ହେବ । ଆଜି ଦିନରେ ମାନସିକ ଧାରୀ ଘଣ୍ଟ ପାଟୁଆ ସେବକ ମାନେ ମନ୍ଦିର ସାମ୍ନାରେ ଥିବା ଅଗ୍ନି ଗାଡ଼ରେ ଅଗ୍ନି ପରୀକ୍ଷା ଦେଇ ନିଜ ମାନସିକ ପୂରଣ କରିଥାନ୍ତି । ଏହି ବିରଳ ଦୃଶ୍ୟ ଦେଖିବାପାଇଁ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ଗହଳି ଜମିଛି । ଆଜି ମାଆ ସ୍ଵର୍ଣ୍ଣ ଅଳଙ୍କାରରେ ଭୁସିତା ହୋଇ ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଭକ୍ତ ମାନେ ଧାଡି ରେ ଯାଇ ମାଆଙ୍କୁ ଦର୍ଶନ କରୁଛନ୍ତି । ରାଜ୍ୟର ଅନେକ ଶକ୍ତି ପୀଠରେ ଚୈତ୍ର ମାସରେ ଝାମୁଯାତ୍ରା ଅନୁଷ୍ଠିତ ହେଉଥିବାବେଳେ କେବଳ ମାଆ ମଙ୍ଗଳାଙ୍କ ପୀଠରେ ବୈଶାଖ ମାସରେ ପ୍ରଥମ ମଙ୍ଗଳବାରରେ ଝାମୁ ଅନୁଷ୍ଠିତ ହେବାର ପରମ୍ପରା ରହିଛି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)