ଆଜି ମୁଖ୍ୟମନ୍ତ୍ରୀ ଦେଶର ପ୍ରଥମ ଅତ୍ୟାଧୁନିକ ଥ୍ରୀଡି ଚିପ୍ ପ୍ୟାକେଜିଂ ୟୁନିଟ୍ ର କରିବେ ଶିଳାନ୍ୟାସ ।

ଅକ୍ଷର ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଶର ପ୍ରଥମ ଅତ୍ୟାଧୁନିକ ଥ୍ରୀଡି ଚିପ୍ ପ୍ୟାକେଜିଂ ୟୁନିଟ୍ ର ଶିଳାନ୍ୟାସ କରିବେ । ଯାହା ଇନଫୋଭ୍ୟାଲିରେ ହେବାକୁ ଯାଉଛି । ଏହି ହେଟେରୋଜେନ୍ସ ଇଣ୍ଟିଗ୍ରେସନ ପ୍ୟାକେଜିଂ ସଲ୍ୟୁସନ୍ସ(ଥ୍ରୀଡିଜିଏସ୍) ସେମିକଣ୍ଡକ୍ଟର ଇନୋଭେସନ ଅଧୀନରେ ପ୍ରତିଷ୍ଠା ହେବାକୁ ଯାଉଛି । ଏହି ପ୍ରକଳ୍ପରେ ପ୍ରାୟ ୧୯୪୪ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବାର ଲକ୍ଷ୍ୟ ରହିଛି ।

ଏହି ପ୍ରକଳ୍ପରୁ ବର୍ଷକୁ ୭୦ ହଜାର ପ୍ୟାନେଲ ଓ ୧୩,୩୦୦ ଥ୍ରୀଡିଏଚ୍ଆଇ ମଡ୍ୟୁଲ ଉତ୍ପାଦନ ଲକ୍ଷ୍ୟ ରହିଛି । ଏହା ଗ୍ଲାସ ସବଷ୍ଟେ୍ରଟ୍ ଆଧାରିତ ସେମିକଣ୍ଡକ୍ଟର ପ୍ୟାକେଜିଂ ଟେକ୍ନୋଲୋଜି । ଏହା ସେମିକଣ୍ଡକ୍ଟର ଫାବ୍ରିକେସନ ୟୁନିଟ୍ ଓ ଥ୍ରୀଡି ଚିପ୍ ପ୍ୟାକେଜିଂ କ୍ଷେତ୍ରରେ ଦେଶରେ ପ୍ରଥମ ହେବ । ଏଠାରୁ ଯେଉଁ ଚିପ୍ ଉତ୍ପାଦନ ହେବ ତାକୁ ଏରୋସ୍ପେସ୍, ପ୍ରତିରକ୍ଷା, କୃତ୍ରିମ ବୁଦ୍ଧିମତ୍ତା (ଏଆଇ), ୫-ଜି ଟେକ୍ନୋଲୋଜି ଓ ଡାଟା ସେଣ୍ଟରରେ ବ୍ୟବହାର କରାଯିବ । ଏହି ଶିଳ୍ପ ଦ୍ୱାରା ପ୍ରାୟ ୨୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଦେଶକୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ଏହାକୁ ପ୍ରତିଷ୍ଠା କରାଯାଉଛି । ଶିଳାନ୍ୟାସ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ତଥା ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ପ୍ରମୁଖ ଉପସ୍ଥିତ ରହିବେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)