ଆସନ୍ତାକାଲି ଜନ୍ମବେଦୀରେ ଦର୍ଶନ ଦେବେ ଦାରୁବ୍ରହ୍ମ । ଆଡପ ମଣ୍ଡପରେ ରହି ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ହଜାର ହଜାର ଭକ୍ତ ଭଗବାନଙ୍କ ଦର୍ଶନ ପାଇବା ପାଇଁ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର । ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ଅବଢ଼ା ପାଇବାକୁ ଲକ୍ଷାଧିକ ଭକ୍ତ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି । ଭକ୍ତମାନେ ଶୃଙ୍ଖଳିତ ଭାବେ ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ମହାପ୍ରଭୁଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ ପାଇଁ ଭକ୍ତ ଭାବ ବିହ୍ଵଳିତ ହୋଇଛନ୍ତି । କାରଣ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଭକ୍ତଙ୍କୁ ୧ ବର୍ଷ ଅପେକ୍ଷା କରିବାକୁ ପଡ଼ିଥାଏ । ଶ୍ରୀମନ୍ଦିରର ରତ୍ନ ସିଂହାସନରେ ମହାପ୍ରଭୁଙ୍କୁ 10 ବର୍ଷ ଦର୍ଶନ କରିବା ଯାହା ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ମାତ୍ର ଥରେ ଦର୍ଶନ କଲେ ସୁଫଳ ମିଳିଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି ।
ତେବେ ଆଜି ରଥ ଟଣା ସରିବା ପରେ ଶରଧାବାଲିରେ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି । କାଲି ଅପରାହ୍ଣରେ ଆଡପ ମଣ୍ଡପକୁ ବିଜେ କରିବେ ଦାରୁବ୍ରହ୍ମ। ସେଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।












Leave a Reply