ଅକ୍ଷର ବ୍ୟୁରୋ: ପାତାଳୀ ଶ୍ରୀକ୍ଷେତ୍ରକୁ ବୁଲିବାକୁ ଆସି ପାହାଡ଼ରେ ବୁଲୁଥିବାବେଳେ ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ । ମୃତ୍ୟୁର କାରଣ ଅସ୍ପଷ୍ଟ ଅଛି । ପର୍ଯ୍ୟଟକ ଜଣକ ହେଉଛନ୍ତି କଟକ ଜିଲ୍ଲା ଚାଉଳିଆଗଞ୍ଜ ଅଞ୍ଚଳର ଚିରଞ୍ଜୀବ ଦାସ |ସୂଚନା ଅନୁସାରେ, ଯୁବକ ଜଣକ ତାଙ୍କ ଭାଇ ଓ ସାଙ୍ଗ ମାନଙ୍କ ସହ ସୁବର୍ଣ୍ଣପୁର ଜିଲ୍ଲା କୋଟସମଲାଇରେ ଥିବା ପାତାଳୀ ଶ୍ରୀକ୍ଷେତ୍ରକୁ ବୁଲିବାକୁ ଆସିଥିଲେ । ସେମାନେ ପାହାଡ଼ ଉପରେ ଥିବା ମନ୍ଦିର ବୁଲି ସାରି ଅନ୍ୟ ପଟରେ ଥିବା ଗୁମ୍ଫା ବୁଲିବାକୁ ଯାଉଥିଲେ ।
ଚିରଞ୍ଜୀବ ପଛରେ ରହି ଯାଇଥିବାରୁ ତାଙ୍କ ଭାଇ ଫୋନ୍ କରିଥିଲା ବେଳେ ଚିରଞ୍ଜୀବ ସେମାନଙ୍କୁ ଆଗକୁ ଯିବା ପାଇଁ କହିଥିଲେ । ହେଲେ ପରବର୍ତ୍ତୀ ସମୟରେ ଆଉ ଫୋନ୍ ଉଠାଇ ନଥିଲେ । ବଡ଼ଭାଇ ଓ ସାଙ୍ଗମାନେ ଖୋଜାଖୋଜି କରିଥିଲେ| କିନ୍ତୁ ତାଙ୍କୁ ନପାଇବାରୁ ଗାଁ ଲୋକଙ୍କୁ କହିଥିଲେ । ବହୁ ଖୋଜାଖୋଜି ପରେ ଚିରଞ୍ଜୀବଙ୍କ ମୃତଦେହ ମିଳିଥିଲା । ଠେଙ୍ଗୋ ଫାଣ୍ଡି ପୁଲିସ ଓ ଉଲୁଣ୍ଡା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ । ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି ।












Leave a Reply