କଳାହାଣ୍ଡିରେ ହାତୀ ଆକ୍ରମଣରେ ଆଦିବାସୀଙ୍କ ମୃତ୍ୟୁ, ଚାଷଜମିକୁ ଯାଉଥିବା ବେଳେ ଘଟିଲା ଅଘଟଣ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ଆଦିବାସୀଙ୍କ ମୃତ୍ୟୁ ଘଟିଛି। ମୃତକ ଲାଞ୍ଜିଗଡ଼ ବ୍ଲକ୍‌ ବିଜେପୁର ଥାନା ଅନ୍ତର୍ଗତ ବିଜେପୁର ସେକ୍ସନର ବେନଗାଁ ପଞ୍ଚାୟତ ଅଧୀନ ବେତିଆପଡ଼ା ଗ୍ରାମର ଡ୍ରିମ୍ବା ମାଝୀ (୪୭) ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ସାଢ଼େ ୬ଟାରୁ ସାଢ଼େ ୭ଟା ମଧ୍ୟରେ ଡ୍ରିମ୍ବା ନିଜ ଗାଁଠାରୁ ପ୍ରାୟ ୫୦୦ ମିଟର ଦୂରରେ ପଟାଙ୍ଗପଦର ଗାଁକୁ ଯାଉଥିବା ରାସ୍ତା କଡ଼ରେ ଥିବା ନିଜ କପା ଚାଷ ଜମିକୁ ଯାଉଥିଲେ। ଏହି ସମୟରେ ଜଙ୍ଗଲ ନିକଟରେ ସେ ହାତୀର ସମ୍ମୁଖୀନ ହୋଇଥିଲେ। ଘଟଣାସ୍ଥଳର ପରିସ୍ଥିତିରୁ ହାତୀ ଆକ୍ରମଣରେ ଡ୍ରିମ୍ବାଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଘଟଣା ପରେ ଅଞ୍ଚଳରେ ଭୟ ଓ ଉତ୍ତେଜନାର ପରିସ୍ଥିତି ଦେଖାଦେଇଛି। ତେବେ ଖବର ଲେଖାଯିବା ସୁଦ୍ଧା ବନ ବିଭାଗ କିମ୍ବା ପୁଲିସ ଘଟଣାସ୍ଥଳରେ ପହଞ୍ଚିନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଘଟଣାସ୍ଥଳରେ ବନ ବିଭାଗ ଓ ପୁଲିସ ପହଞ୍ଚିବା ପରେ ମୃତ୍ୟୁର ପ୍ରକୃତ କାରଣ ଓ ଘଟଣା ସମ୍ପର୍କରେ ଅଧିକ ସ୍ପଷ୍ଟତା ମିଳିପାରିବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial