ଜାତୀୟ ରାଜପଥ-୧୬ ଓଭର ବ୍ରିଜ ଉପରେ ବସ-ଟ୍ରକ୍ ମୁହାଁମୁହିଁ ଧକ୍କା; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ।

ଅକ୍ଷର ବ୍ୟୁରୋ: ଜାତୀୟ ରାଜପଥ ନଂ ୧୬ରେ ଦୁର୍ଘଟଣା ଘଟିଛି । ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ହୁମା ଓଭର ବ୍ରିଜ ଉପରେ ଟ୍ରକ୍-ବସ ମୁହାଁମୁହିଁ ଧକ୍କା । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ବସରେ ସକାଳୁ ଅଳ୍ପ ଯାତ୍ରୀ ଥିଲେ । ସୌଭାଗ୍ୟକ୍ରମେ କାହାର କିଛି କ୍ଷୟକ୍ଷତି ହୋଇନାହିଁ । କିନ୍ତୁ ଟ୍ରକର ସାମନା ପଟ ଭାଙ୍ଗି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି । ୱାନ ୱେ ରହିଥିବାରୁ କିଛି ସମୟ ପାଇଁ ଟ୍ରାଫିକ ଜାମ ଦେଖିବାକୁ ମିଳିଥିଲା । ଖବର ପାଇ ହୁମ୍ମା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୀର୍ଘ ବର୍ଷ ଧରି ଏଠାରେ ଓଭରବ୍ରିଜ୍ କାମ ଚାଲୁଥିବା ହେତୁ ଗୋଟିଏ ପଟ ରାସ୍ତା ବନ୍ଦ ରହିଛି । ଫଳରେ ଗୋଟିଏ ରାସ୍ତାରେ ଉଭୟ ପଟର ଗାଡ଼ି ଯାତାୟାତ କରୁଥିବାରୁ ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)