ପଦ୍ମପୁର: ବେପରୁଆ ଗାଡ଼ି ଚାଳନାରୁ ଘର ଉପରକୁ ମାଡ଼ିଗଲା ମାଲବୋଝେଇ ଟ୍ରକ୍ । ଟ୍ରକ୍ ଧକ୍କାରେ ଘରର ବିଭିନ୍ନ ଅଂଶ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନେକ ମୂଲ୍ୟବାନ ଆସବାବପତ୍ର ନଷ୍ଟ ହୋଇଛି । ତେବେ ଘରେ ଥିବା ପରିବାର ସଦସ୍ୟମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ପଦ୍ମପୁର ରଜାପଡ଼ା ଅଞ୍ଚଳରେ ଘଟିଛି ଏଭଳି ଘଟଣା ।
ସୂଚନା ଅନୁସାରେ, ରଜାପଡ଼ାର ନରହରି ବଗର୍ତ୍ତୀଙ୍କ ଘରକୁ ଏକ ମାଲବୋଝେଇ ଟ୍ରକ୍ ଧକ୍କା ଦେଇଥିଲା । ଧକ୍କା ପରେ ଟ୍ରକ୍ଟି ଘର ଭିତରକୁ ମାଡ଼ିଯାଇଥିଲା । ଟ୍ରକ୍ଟି ବେପରୁଆ ଭାବେ ଚାଳନା କରାଯାଉଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ନରହରି ବଗର୍ତ୍ତୀ ଅଭିଯୋଗ କରିଛନ୍ତି । ଟ୍ରକ୍ର ଧକ୍କା ଏତେ ଜୋରଦାର ଥିଲା ଯେ ଘରର ବିଭିନ୍ନ ଅଂଶ କ୍ଷତିଗ୍ରସ୍ତ ହୋଇଛି । ଏଥିସହ ଘରେ ଥିବା ଅନେକ ମୂଲ୍ୟବାନ ଆସବାବପତ୍ର ମଧ୍ୟ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ତେବେ ସୌଭାଗ୍ୟବଶତଃ ଏହି ଘଟଣାରେ ପରିବାରର କୌଣସି ସଦସ୍ୟଙ୍କ ଜୀବନହାନି ହୋଇନାହିଁ କିମ୍ବା କେହି ଆହତ ହୋଇନାହାନ୍ତି । ଫଳରେ ଏକ ବଡ଼ ଅଘଟଣ ଅଳ୍ପକେ ଟଳିଯାଇଛି । ଘଟଣା ପରେ ପଦ୍ମପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍କୁ ଜବତ କରିବା ସହ ଚାଳକଙ୍କୁ ଅଟକ ରଖିଛି । ଦୁର୍ଘଟଣାର ପ୍ରକୃତ କାରଣ ଏବଂ ବେପରୁଆ ଚାଳନା ସମ୍ପର୍କିତ ଅଭିଯୋଗ ନେଇ ପୁଲିସ ତଦନ୍ତ ଜାରି ରଖିଛି ।














Leave a Reply